ପଶ୍ଚିମାଞ୍ଚଳ ଏକତା ମଞ୍ଚର ମାନବୀୟ ସହାୟତା

0

ସମ୍ବଲପୁର : ପଶ୍ଚିମ ଓଡିଶାର ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ ତରଫରୁ ବିଭିନ୍ନ ସମୟରେ ସାମାଜିକ, ସାଂସ୍କୃତିକ, ସେବା କାର୍ୟ୍ୟ ଆଦି କରାଯାଉଛି। ଏହି କ୍ରମରେ ସମ୍ବଲପୁର ସରଲାକାନି ସ୍ଥିତ ଗାନ୍ଧୀ କଲୋନୀ ଠାରେ ଏକ ମାଁ ଓ ଝିଅ ମାନସିକ ଅନଗ୍ରସର ହୋଇଥିବାରୁ ଅତ୍ୟନ୍ତ ଦୁସ୍ଥ ଅବସ୍ଥାରେ ରହିଛନ୍ତି। ଏହି ଖବର ଶୁଣିବା ପରେ ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉକ୍ତ ଦୁସ୍ଥ ପରିବାରଙ୍କ ନିକଟକୁ ଯାଇ ସେମାନଙ୍କୁ ଏକ ମାସ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ସେମାନଙ୍କର ଚିକିତ୍ସାର ବ୍ୟବସ୍ଥା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ମାଁ ଓ ଝିଅ ବିଗତ ୧୫ ବର୍ଷ ହେଲା ମାନସିକ ଅନଗ୍ରସର ହୋଇ ଅର୍ଥ ଅଭାବରୁ ଅତ୍ୟନ୍ତ ଦୁଃଖକଷ୍ଟରେ ରହୁଛନ୍ତି। ପରିବାରକୁ ସାକ୍ଷାତ ସମୟରେ ମଞ୍ଚର ସଦସ୍ୟା ପଙ୍କଜିନୀ ମେହେର, କାନ୍ତି ମେହେର, ଦେବାଶିଷ ବେହେରା, ମନୋଜ ନାୟକଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ। ମଞ୍ଚର ଏହି ମାନବୀୟ କାର୍ୟ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Keep up to date with Australia’s leading Cannabis Publication subscribe to our monthly newsletter. cialis We promise not to spam you.

Leave A Reply