ବେଗୁନିଆରେ ମାନବାଧିକାର କାର୍ଯ୍ୟାଳୟ ଉଦଘାଟିତ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମାରେ ମାନବ ଅଧିକାର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ମାନବ ଅଧିକାର ସଭାପତି ସୁକାନ୍ତ କୁମାର ପରିଡାଙ୍କ ପୌରୋହିତ୍ୟିରେ ଆୟୋଜିତ ସଭାରେ ମାନବାଧିକାର ଜାତୀୟ ସଭାପତି ତେଜ କିରଣ ଚୌହ୍ୱାନ ମୁଖ୍ୟ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ । ଏହି ସଭାରେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଥମେ କେନ୍ଦ୍ରୀୟ ମାନବାଧିକାର କାର୍ୟ୍ୟାଳୟ ଖୋଲିବ ଦ୍ୱାରା ସାଧାରଣ ଲୋକମାନେ ନ୍ୟାୟ ପାଇବା ପାଇଁ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ମୁଖ୍ୟବକ୍ତା, ଉପଭାପତି ଗଗନ କୁମାର ଠାକୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ । ଶେଷରେ ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଲୋକନାଥ ଜେନା ସଂଯୋଜନା କରିଥିଲେ । ସମସ୍ତ କାର୍ୟ୍ୟକ୍ରମକୁ କୋଭିଡ-୧୯ନିୟମ ଅନୁଯାୟୀ କରାଯାଇଥିଲା ।

Comments are closed.