ୱେବ୍‍ନାର୍‍ ଜରିଆରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‍ ୱେବ୍‍ନାର୍‍ ଜରିଆରେ ସାରା ଦେଶର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସଠିକ ସମୟରେ ସ୍କୁଲ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଶିକ୍ଷା ବର୍ଷ, ଅନ୍‍ଲାଇନ୍‍ ଶିକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ଛାତ୍ର ବୃତ୍ତି ଆଦି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍‍ କହିଥିଲେ ଯେ ଦେଶର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାଦାନ କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଚିନ୍ତିତ। ଏହାକୁ ଦେଖି ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଲୋଚନା ସମୟରେ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା।

ଏହି ଆଲୋଚନା ସମୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରବେଶିକା ତାରିଖ ଘୋଷଣା କରିଥିଲେ। ସେ କହିଥିଲେ ଯେ ନିଟ୍‍ ପରୀକ୍ଷା ୨୦୨୦ ଜୁଲାଇ ୨୬ରେ ଅନୁଷ୍ଠିତ ହେବ। ସେହିପରି ଜେଇଇ ମେନ୍‍ ପରୀକ୍ଷା ୨୦୨୦ ଜୁଲାଇ ୧୮ରୁ ୨୩ ପର୍ୟ୍ୟନ୍ତ ଆୟୋଜିତ ହେବାକୁ ଥିବାବେଳେ ଜେଇଇ ଆଡ୍‍ଭାନ୍ସ ପରୀକ୍ଷା ଅଗଷ୍ଟରେ ହୋଇପାରେ। ସେ କହିଥିଲେଯେ ୟୁଜିସି ନେଟ୍‍ ୨୦୨୦ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଖୁବ୍‍ ଶୀଘ୍ର ଘୋଷଣା କରାଯିବ।

ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପୋଖରିୟାଲ୍‍ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ ପଢ଼ାକୁ ନେଇ ଶାନ୍ତ ଓ ଏକାଗ୍ର ରହିବା ଆବଶ୍ୟକ। ପାଠପଢ଼ା ସମୟରେ ମଝିରେ ମଝିରେ ବିରତି ନେବା ଉଚିତ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ ନ୍ୟାସ୍‍ନାଲ୍‍ ଟେଷ୍ଟିଂ ଏଜେନ୍ସିର ୱେବ୍‍ସାଇଟ୍‍ର ଲିଙ୍କରେ ଯାଇ ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତଶାସ୍ତ୍ର ଓ ଜୀବବିଜ୍ଞାନ ଅଧ୍ୟୟନ କରିପାରିବେ। ସେ ଆହୁରି କହିଥିଲେ ଯେ ପ୍ରବେଶିକା ପରୀକ୍ଷା ପାଇଁ ମନ୍ତ୍ରାଳୟ ପକ୍ଷରୁ ସ୍ୱୟଂପ୍ରଭା ଡିଟିଏଚ୍‍ ଚାନେଲ୍‍ ସମେତ, ସ୍ୱୟଂପ୍ରଭାର ଆଇଆଇଟି ପାଲ୍‍, ଦୀକ୍ଷା, ଇ-ପାଠଶାଳା, ନ୍ୟାସ୍‍ନାଲ୍‍ ଡିଜିଟାଲ୍‍ ଲାଇବ୍ରେରୀ, ସ୍ୱୟଂ, ଇ-ପିଜି ପାଠଶାଳା, ଶୋଧଗଙ୍ଗା, ଇ-ଶୋଧଶିନ୍ଧୁ, ଇ-ଯନ୍ତ୍ର, ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ଓ ଭର୍ଚୁଆଲ୍‍ ଲାବ୍‍ ଭଳି ପ୍ଲାଟଫର୍ମର ସୁବିଧା ପ୍ରଦାନ କରାଯାଉଛି।

ଗ୍ରାମାଞ୍ଚଳରେ ନେଟ୍‍ୱାର୍କ ନ ଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂକ୍ରାନ୍ତରେ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟାଲ୍‍ କହିଥିଲେ ଯେ ଟାଟା ସ୍କାଏ, ଏୟାର୍‍ଟେଲ୍‍, ଡିଡି ଡିଟିଏଚ୍‍, ଡିଶ୍‍ ଟିଭି ଓ ଜିଓ ଟିଭି ଆପରେ ସ୍ୱୟଂପ୍ରଭା ଚାନେଲ୍‍ ପ୍ରସାରଣ କରିବା ଲାଗି ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ସହଭାଗିତା କରାଯାଇଛି। ସେ କହିଥିଲେ ଯେ ସ୍ୱୟଂପ୍ରଭା ଗ୍ରୁପ୍‍ ଜରିଆରେ ୩୨ଟି ଡିଟିଏଚ୍‍ ଚାନେଲ୍‍ ମାଧ୍ୟମରେ ବିଭିନ୍ନ ବିଷୟରେ ଉନ୍ନତ ମାନର ଶିକ୍ଷାଦାନ ବିଷୟବସ୍ତୁ ପ୍ରସାରଣ କରାଯାଉଛି। ୩୨ଟି ଡିଟିଏଚ୍‍ ଚାନେଲ୍‍ ମାଧ୍ୟମରେ ବିଭିନ୍ନ ବିଷୟରେ ଉନ୍ନତ ମାନର ଶିକ୍ଷାଦାନ ବିଷୟବସ୍ତୁ ପ୍ରସାରଣ କରାଯାଉଛି।

ଶୁଳ୍କ ବୃଦ୍ଧି ସଂକ୍ରାନ୍ତରେ କେନ୍ତ୍ର ମନ୍ତ୍ରୀ କହିଥିଲେ ଯେ ଏନ୍‍ଆଇଟି, ଆଇଆଇଟି ଓ ଟ୍ରିପଲ୍‍ଆଇଟିରେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ। ସେହିପରି ନବୋଦୟ ବିଦ୍ୟାଳୟଗୁଡ଼ିକର ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟ ଏବଂ ଘରୁ ପଟାଇବାର କାର୍ୟ୍ୟ ଆରମ୍ଭ ହୋଇସାରିଛି। ୧୭୩ଟି ବିଦ୍ୟାଳୟ ମଧ୍ୟରୁ ୬୨ ବିଦ୍ୟାଳୟ ଏହି ପ୍ରକ୍ରିୟା ଆରମ୍ଭ କରିସାରିଲେଣି।
କୋଭିଡ୍‍-୧୯ ମହାମାରୀ କାରଣରୁ ପାଠପଢ଼ା ବାଧାପାପ୍ତ ହେବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ଇ-ଲର୍ଣ୍ଣିଂ ସମ୍ବଳ ଏବଂ ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍‍ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ସିବିଏସ୍‍ଇ ପକ୍ଷରୁ କେବଳ ଶ୍ରେଣୀ ଉତ୍ତୀର୍ଣ୍ଣ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖା ନିମନ୍ତେ ମୁଖ୍ୟ ବିଷୟଗୁଡ଼ିକରେ ବୋର୍ଡ ପରୀକ୍ଷା ଆୟୋଜନ କରାଯିବ। ସେ ସୂଚନା ଦେଇ ଥିଲେ ଯେ ଏ ସଂକ୍ରାନ୍ତରେ ୦୧.୦୪.୨୦୨୦ରେ ସିବିଏସ୍‍ଇ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‍ ବିଜ୍ଞପ୍ତିରେ ୨୯ଟି ବିଷୟର ବିବରଣୀ ଦିଆଯାଇଛି। ଏ ସଂକ୍ରାନ୍ତରେ ବାକି ସୂଚନା ବୋର୍ଡର ୱେବ୍‍ସାଇଟ୍‍ ଉପଲବ୍ଧ ରହିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ଲାଗି ମନ୍ତ୍ରଣାଳୟ ସହିତ ପରାମର୍ଶ କରି ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ଲାଗି ମନ୍ତ୍ରଣାଳୟ ସହିତ ପରାମର୍ଶ କରି ୟୁଜିସି ପକ୍ଷରୁ ଗାଇଡ୍‍ଲାଇନ୍‍ ଜାରି କରାଯାଇଛି, ଯାହାକି ୟୁଜିସି ୱେବ୍‍ସାଇଟ୍‍ରେ ଉପଲବ୍ଧ ରହିଛି।

ବିଭିନ୍ନ ରାଜ୍ୟରେ କୋଭିଡ୍‍-୧୯ ମହାମାରୀ ସଂକ୍ରମଣ ସ୍ଥିତି, ଛାତ୍ରଛାତ୍ରୀଙ୍କ ବାସସ୍ଥାନ ତଥା ପ୍ରସ୍ତୁତିର ସ୍ତରକୁ ବିସ୍ତୃତ ଭାବେ ଆକଳନ କରିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟାବଧି ସେମିଷ୍ଟାର ଓ ବାର୍ଷିକ୍‍ ସେମିଷ୍ଟାର ଆୟୋଜନ କରିପାରିବେ। ଏହା ସମ୍ଭବ ନ ହେଲେ ଅନ୍ତରୀଣ ମୂଲ୍ୟାୟନ ଆଧାରରେ ୫୦% ଏବଂ ପୂର୍ବ ସେମିଷ୍ଟାର(ଅନୁଷ୍ଠିତ ହୋଇଥିଲେ) ଆଧାରରେ ୫୦% ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ିଦିଆଯାଇପାରିବ। କୌଣସି ବିଷୟରେ ଅଧିକ ନମ୍ବର ରଖିବାକୁ ଚାହୁଁଥିଲେ ଛାତ୍ରଛାତ୍ରୀ ପରବର୍ତ୍ତୀ ସେମିଷ୍ଟାରରେ ସେହି ବିଷୟରେ ପରୀକ୍ଷା ଦେଇପାରିବେ।

ଟର୍ମିନାଲ୍‍ ସେମିଷ୍ଟର/ବାର୍ଷିକ ପରୀକ୍ଷା ଜୁଲାଇ ୧ରୁ୧୫ ମଧ୍ୟରେ ଏବଂ ମଧ୍ୟାବଧି ସେମିଷ୍ଟାର ଜୁଲାଇ ୧୬ରୁ୩୧ ମଧ୍ୟରେ ଅନୁଷ୍ଠିତ ହେବ।
ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସ୍ନାତକ ଓ ସ୍ନାତୋକୋତ୍ତର ପାଠ୍ୟକ୍ରମର ନାମଲେଖା ୩୧.୦୮.୨୦୨୦ରେ ଶେଷ ହେବ। ଦରକାର ହେଲେ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ନାମଲେଖା କରାଯାଇପାରିବ। ୨୦୨୦-୨୧ ଶିକ୍ଷାବର୍ଷର ପାଠପଢ଼ା ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ ୦୧.୦୮.୨୦୨୦ଠାରୁ ଏବଂ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ୦୧.୦୯.୨୦୨୦ଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଅଧିକ ସୂଚନା ୟୁଜିସି ୱେବ୍‍ସାଇଟ୍‍ରେ ଉପଲବ୍ଧ ହେଉଛି।
ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପର ମୁଖ୍ୟାଂଶ
– ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଆଇଆଇଟି, ଟ୍ରିପଲ୍‍ ଆଇଟି ଏବଂ ଏନ୍‍ଆଇଟି ଶୁଳ୍କ ବୃଦ୍ଧି ହେବ ନାହିଁ
– ୨୬ ଜୁଲାଇ, ୨୦୨୦ରେ ଅନୁଷ୍ଠିତ ହେବ ନିଟ୍‍
– ୧୮ରୁ ୨୩ ଜୁଲାଇ ପର୍ୟ୍ୟନ୍ତ ଆୟୋଜିତ ହେବ ଜେଇଇ ମେନ୍‍
– ୟୁଜିସି ନେଟ୍‍ ୨୦୨୦ ଓ ଜେଇଇ(ଆଡ୍‍ଭାନ୍ସ) ତାରିଖ ଘୋଷଣା ଖୁବ୍‍ ଶୀଘ୍ର
– ଦୁଇଦିନ ମଧ୍ୟରେ ସିବିଏସ୍‍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

Comments are closed.