ସାଧାରଣ ଜୀବନ ଯାପନ ପ୍ରଣାଳୀକୁ ସୁଗମ କରିବା ପାଇଁ ଆନ୍ତଃବିଷୟକ ଗବେଷଣା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ‘ହ୍ୟୁମାନ ଡିଗନିଟି ଆଣ୍ଡ ମେଣ୍ଟାଲ ହେଲଥ ଇନ ଦି ନ୍ୟୁ ନର୍ମାଲ’ ଶୀର୍ଷକ ଦୁଇଦିନିଆ ଅଭାସୀ ମାଧ୍ୟରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମଣିଷର ସମ୍ମାନକୁ ହାନି ପହଞ୍ଚାଇବାରେ ମାନିସିକ ସ୍ବାସ୍ଥ୍ୟର ବେଶ ସାମଞ୍ଜସ୍ୟ ରହିଛି। ସାଧାରଣ ଜୀବନ ଯାପନ ପ୍ରଣାଳୀକୁ ସୁଗମ କରିବା ପାଇଁ ଆନ୍ତଃବିଷୟକ ଗବେଷଣା ଜରୁରୀ, ଯାହାକୁ ନେଇ ନୀତି ନିର୍ଦ୍ଧାରଣ ମଧ୍ୟ କରାଯାଇପାରିବ। ମଣିଷର ଦୈନନ୍ଦିନ ଜୀବନଶୈଳୀ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଆନ୍ତଃବିଷୟକ ଗବେଷଣା କରାଯିବା ଦରକାର ବୋଲି କୁଳପତି କହିଥିଲେ।

 

ଏହି କାର୍ଯ୍ୟକ୍ରମରେ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଡ.ସୁଧାଂଶୁ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ପରିବର୍ତ୍ତନ, ବିଶ୍ବତାପାୟନ, ମହାମାରୀ ସମୟରେ ଜୀବନଶୈଳୀ, ଆଦି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଆବାହକ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ସାଂଗଠନିକ ସମ୍ପାଦକ ସୁନନ୍ଦା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୫୫ଟି ଗବେଷଣାତ୍ମକ ଆଲେଖ୍ୟ ଉପସ୍ଥାପନ କରାଯାଇଥିଲା।

Comments are closed.