ଚାରି ମହାକାଶଚାରୀଙ୍କ ସହିତ ଭୂପୃଷ୍ଠକୁ ଫେରିଲା ସ୍ପେଶଏକ୍ସ କ୍ୟାପସୁଲ

ଫ୍ଲୋରିଡା: ଚାରିଜଣ ମହାକାଶଚାରୀଙ୍କୁ ଧରି ସ୍ପେଶଏକ୍ସ କ୍ୟାପସୁଲ ଫ୍ଲୋରିଡା ସମୁଦ୍ରରେ ସୋମବାର ଅବତରଣ କରିଛି । ଏହା ପୃଥିବୀ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ଜଳଭାଗରେ ଅବତରଣ କରିବା ପୂର୍ବରୁ ଏହି ବୃହଦାକାୟ କ୍ୟାପସୁଲର ଚାରିଟି ବିଶାଳ ଆକାଶଛତାକୁ ଖୋଲି ଦିଆଯାଇଥିଲା । ପରେ ଏହା ସମୁଦ୍ରର ଜଳରାଶିରେ ଅବତରଣ କରିଥିଲା । ସୂଚନାଯୋଗ୍ୟ ଯେ ଏହି ମହାକାଶ ଅଭିଯାନରେ ଯାଇଥିବା ଚାରିଜଣ ମହାକାଶଚାରୀ ଛଅମାସ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବିତାଇଥିଲେ । ସ୍ପେଶଏକ୍ସ କ୍ୟାପସୁଲ ଅବତରଣକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସିଧା ପ୍ରସାରଣ କରାଯାଇଥିଲା । କ୍ୟାପସୁଲ ଜଳରାଶିରେ ଖସିବା ପରେ ହେଲିକପ୍ଟର ଯୋଗେ ମହାକାଶଚାରୀଙ୍କୁ ସ୍ଥଳଭାଗକୁ ଅଣାଯାଇଥିଲା । ପରେ ଏକ କ୍ଷୁଦ୍ର ଜାହାଜ ଦ୍ୱାରା ଉକ୍ତ କ୍ୟାପସୁଲକୁ ଜଳଭାଗରୁ ଉଦ୍ଧାର କରାଯାଇଥିଲା ।

Comments are closed.