ଆମେରିକା : ହ୍ୟୁଷ୍ଟନରେ ଭୟଙ୍କର ବିସ୍ଫୋରଣ, ୨ ଆହତ

ଟେକ୍‍ସାସ : ଆମେରିକାର ଟେକସାସ୍ ପ୍ରଦେଶର ହ୍ୟୁଷ୍ଟନ ସହରରେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଏତେ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଆଖପାଖ ଅଞ୍ଚଳର ଘରର ଝରକା ଭାଙ୍ଗିଯାଇଥିଲା। ୱାଟସନ ଗ୍ରାଇଣ୍ଡିଂ ଆଣ୍ଡ ମ୍ୟାନୁଫ୍ୟାକଚରିଂ ୟୁନିଟର ସିଏଲଜି ଟ୍ୟାଙ୍କରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା,ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ କୋଠାଘରଗୁଡିକ ଦୋହଲି ଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଘରେ ଲାଗିଥିବା ଏକ କ୍ୟାମେରାରେ ବିସ୍ଫୋରଣର ଦୃଶ୍ୟ ରେକଡିଂ ହୋଇଛି । ବିସ୍ଫୋରଣ ପରେ ଅଗ୍ନି ପିଣ୍ଡୁଳା ସୃଷ୍ଟି ହେଉଥିବାର ଦୃଶ୍ୟ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଯାହା ଏବେ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Comments are closed.