୭୦% ଭାରତୀୟ କର୍ମଚାରୀଙ୍କୁ ହୁୱୈଇର ଛଟେଇ ନୋଟିସ

ନୂଆଦିଲ୍ଲୀ: ଚୀନ ଟେଲିକମ୍ କମ୍ପାନୀ ହୁୱୈଇ ଭାରତରେ କାର୍ଯ୍ୟ କରୁଥିବା ଭାରତୀୟ କର୍ମଚାରୀଙ୍କୁ ହଟାଇବା ଆରମ୍ଭ କରିଛି । ଅନ୍ୟୂନ ୬୦%ରୁ ୭୦% ଭାରତୀୟ କର୍ମଚାରୀଙ୍କୁ ଛଟେଇ ନୋଟିସ ଦେଇଥିବା ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏପରି ନୋଟିସ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ହୁୱୈଇ ଚଳିତ ଆର୍ଥିକ ବର୍ଷରେ ଭାରତରେ ୩୫୦ରୁ ୫୦୦ ନିୟୁତ ଡ଼ଲାର କାରବାର ଲକ୍ଷ୍ୟ ରଖିଥିଲା । ମାତ୍ର ଚୀନ ଆପ୍ ଓ ଚୀନ ସାମଗ୍ରୀ ବିରୋଧରେ ଭାରତରେ ଦେଖାଦେଇଥିବା ସ୍ଥିତି ଯୋଗୁଁ କମ୍ପାନୀ ଭାରତରେ କାରବାର ଲକ୍ଷ୍ୟକୁ ଅଧାକୁ ହ୍ରାସ କରିଛି । ଏହି ସ୍ଥିତିରେ କେବଳ ରିସର୍ଚ ଓ ଡ଼େଭଲପମେଣ୍ଟ, ସର୍ଭିସ ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟତ୍ର କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି ।

Comments are closed.