୩୨ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ୱାୱେ ପି-୩୦ଲାଇଟ୍‍

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ୱାୱେ ମଙ୍ଗଳବାର ଭାରତରେ ତାର ନୂଆ ସ୍ମାର୍ଟଫୋନ ୱାୱେ ପି-୩୦ ଲାଇଟ୍‍ ଲଞ୍ଚ କରିଛି। ଏହାପୂର୍ବରୁ ଗତମାସରେ ପ୍ୟାରିସରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ତେବେ ଆସନ୍ତୁ ଏହି ଫୋନ ବିଷୟରେ ବିସ୍ତାରରୂପେ ଜାଣିବା।

pic courtesy-electrorates

ୱାୱେ ପି-୩୦ ଲାଇଟର ମୂଲ୍ୟ
ଏହାର ୪ଜିବି ରାମ/୧୨୮ଜିବି ମେଡଲର ମୂଲ୍ୟ ୧୯ହଜାର ୯୯୦ଟଙ୍କା। ଏବଂ ୬ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୨୨ହଜାର ୯୯୦ଟଙ୍କା। ଫୋନର ବିକ୍ରି ଅପ୍ରେଲ ୨୬ରେ ଅନଲାଇନ ଷ୍ଟୋର ଆମାଜନରୁ ହେବ। ଫୋନରେ ଜିଓ ତରଫରୁ ୨.୨ଟବି ଡାଟା ଏବଂ ୨ହଜାର ୨୦୦ଟଙ୍କାର କ୍ୟାସବ୍ୟାକ ମିଳିବ।

pic courtesy-rayashop.com

ୱାୱେ ପି-୩୦ଲାଟର ବିଶେଷତ୍ୱ
ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦.୧ଆଧାରିତ ଇଏମୟୁଆଇ ମିଳିବ। ଏହାବ୍ୟତୀତ ଫୋନରେ ୬.୧୫ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୧୨ପିକ୍ସଲ ରହିଛି। ଫୋନରେ ଅକ୍ଟାକୋର ହାଇସିଲିକନ କିରିନ ୭୧୦ପ୍ରୋସେସର ମିଳିବ। ଏହି ଫୋନ ୪ଜିବି, ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମଡେଲରେ ମିଳିବ।

pic courtesy-amazon.com

ୱାୱେ ପି-୩୦ ଲାଇଟର କ୍ୟାମେରା
ଏହି ଫୋନରେ ତିନୋଟି ରିୟର କ୍ୟାମେରା ରହିଛି। ଯେଉର୍ଥିରୁ ଗୋଟିଏ କ୍ୟାମେରା ୨୪ମେଗାପିକ୍ସେଲର ୱାଇଡ ଆଙ୍ଗଲ ଯାହାର ଅଫର୍ଚର ଏଫ/୧.୮ରହିଛି। ଏହାର ଦ୍ୱିତୀୟ କ୍ୟାମେରା ୮ମେଗାପିକ୍ସେଲର ଅଲଟ୍ରାୱାଇଡ ଆଙ୍ଗେଲର ରହିଛି। ଏବଂ ତୃତୀୟ କ୍ୟାମେରା ୨ମେଗାପିକ୍ସେଲ। ସେହିଭଳି ଏହି ଫୋନରେ ଆଗପଟ କ୍ୟାମେରାରେ ୩୨ମେଗାପିକ୍ସେଲର କ୍ୟାମେରା ରହିଛି। ଯାହାର ଅଫର୍ଚର ଏଫ/୨.୦ରହିଛି।
ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍‍, ୟୁଏସବି ଟାଇପ-ସି ଏବଂ ଏଫଏମ ରେଡିଓ ମିଳିବ। ଏଥିରେ ୩୩୪୦ଏମଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ।

Comments are closed.