୨୩ରୁ ମିଳିବ ମାଟ୍ରିକ ପ୍ରମାଣପତ୍ର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଗତ ଜୁନ ୨୫ ତାରିଖରେ ପ୍ରକାଶିତ ଚଳିତ ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳର ପ୍ରମାଣପତ୍ରଗୁଡ଼ିକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ନିର୍ଦ୍ଧାରିତ ହେଡ୍‍କ୍ୱାର୍ଟର ବିଦ୍ୟାଳୟରେ ଜୁଲାଇ ୨୨ ସୁଦ୍ଧା ଉପଲବ୍ଧ ହେବ। ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ସେଠାରେ ନିଜର ପରିଚୟ ଦେଖାଇ ଟାବୁଲେସନ ରେଜିଷ୍ଟର, କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ ପ୍ରମାଣପତ୍ର, ଅକୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ନମ୍ବର ତାଲିକା ଆଦି ପ୍ରମାଣପତ୍ର ଜୁଲାଇ ୨୩ ତାରିଖରୁ ସଂଗ୍ରହ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଫ୍‍ଲାଇନ୍‍ ପରୀକ୍ଷା ପରେ ସମସ୍ତଙ୍କୁ ମୂଳ ପ୍ରମାଣପତ୍ର

ସେହିପରି ମଧ୍ୟମା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଏକ ସପ୍ତାହ ପରେ ପ୍ରଦାନ କରାଯିବ। ମାତ୍ର ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମୂଳ ପ୍ରମାଣପତ୍ର (ଅରିଜିନାଲ ସାର୍ଟିଫିକେଟ) ଜୁଲାଇ ୩୦ ତାରିଖରେ ହେବାକୁ ଥିବା ଅଫ୍‍ଲାଇନ୍‍ ମାଟ୍ରିକ ପରୀକ୍ଷାର ଫଳ ପ୍ରକାଶନ ପରେ ପ୍ରଦାନ କରାଯିବ।

Comments are closed.