ଜନ୍ମଦିନ ବିଶେଷ; ପୂର୍ବତନ ସ୍ବାମୀଙ୍କୁ ଏପରି ଶୁଭେଚ୍ଛା ଜଣାଇଲେ ସୁଜେନ

0

ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ଆଜି ହେଉଛି ୪୫ତମ ଜନ୍ମ ଦିବସ । ଏହି ଅବସରରେ ସୋସିଆଲ ମିଡିଆରେ ହ୍ରିତିକ୍‌ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବଲିଉଡର ନାମୀଦାମୀ କଳାକାରମାନେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏସବୁ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ୍ ।                                                             pic courtesy ABP News
ସୁଜେନ୍ ଖାନ୍ ନିଜର ପୂର୍ବତନ ପତି ହ୍ରିତିକ୍ ରୋଶନଙ୍କୁ ବିଶେଷ ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ହ୍ରିତିକଙ୍କ କିଛି ଫଟୋ ପୋଷ୍ଟ କରିବା ସହ ନିଜର ମନର କଥା ଲେଖିଛନ୍ତି । ଏହି ଫଟୋରେ ସୁଜେନ ଓ ହ୍ରିତିକଙ୍କ ସହ ସେମାନଙ୍କ ପିଲାମାନଙ୍କୁ ଦେଖିବାକୁ ମିଳିଛି । ହ୍ରିତିକଙ୍କୁ ନିଜର ସବୁଠାରୁ ଉତ୍ତମ ବନ୍ଧୁ ଏବଂ ଜାନ୍ ସେ ପ୍ୟାରା ବୋଲି ସୁଜେନ ଲେଖିଛନ୍ତି ।

pic courtesy patrika

ସୁଜେନ ଖାନ ପୋଷ୍ଟରେ ଲେଖିଛନ୍ତି ଯେ, ଦୁନିଆର ସୁବଠାରୁ ଉତ୍ତମ ବନ୍ଧୁଙ୍କ ଜନ୍ମ ଦିବସ ଅବସରରେ ଅନେକ ଶୁଭକାମନା । ସୁଜେନଙ୍କ ଏହି ପୋଷ୍ଟକୁ ହ୍ରିତିକଙ୍କ ଫ୍ୟାନ୍ସମାନେ ପସନ୍ଦ କରିଛନ୍ତି ।

pic courtesy news18

ସୂଚନାଯୋଗ୍ୟ, ହ୍ରିତିକ ରୋଶନ ଓ ସୁଜେନ ଖାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ସାରିଛି । କିନ୍ତୁ ଗତ କିଛି ଦିନ ମଧ୍ୟରେ ପରସ୍ପର ନିକଟତର ବୃଦ୍ଧି ପାଇଛି । ପିଲାମାନଙ୍କ ସହ ଛୁଟି କାଟିବା ବାହାନାରେ ଦୁହେଁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଶୁଣିବାକୁ ମିଳିଥିଲା ଯେ, ହ୍ରିତିକ ଓ ସୁଜେନ ପୁଣି ଥରେ ବିବାହ କରିପାରନ୍ତି ।

pic courtesy jansatta

ହ୍ରିତିକ ଓ ସୁଜେନ ଖାନ୍ ୨୦୦୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମାତ୍ର କିଛି ଦିନ ପରେ ସେମାନଙ୍କ ଦାମ୍ପତ୍ୟଜୀବନରେ ଝଡ ସୃଷ୍ଟି ହୋଇଥିଲା । ୨୦୧୪ ମସିହା​‌ରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ ।

pic courtesy namanbharat.net
Leave A Reply