ହ୍ରିତିକ ରୋଶନ୍‌ଙ୍କ ମାଆ ପିଙ୍କି ରୋଶନ୍‌ଙ୍କୁ କରୋନା; ଯୋଗ ଓ ପ୍ରାଣାୟାମ କରି ଫିଟ୍

ମୁମ୍ବଇ : ବଲିଉଡ ସୁପରଷ୍ଟାର ଅଭିନେତା ହ୍ରିତିକ ରୋଶନ୍‌ଙ୍କ ମାଆ ପିଙ୍କି ରୋଶନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଏବେ ନିଜ ସ୍ବାମୀ ରାକେଶ ରୋଶନଙ୍କ ସହ ଖଣ୍ଡାଲାରେ ତାଙ୍କ ଫାର୍ମ ହାଉସରେ ଅଛନ୍ତି। ପିଙ୍କି ରୋଶନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବାବେଳେ ସେ  ନିୟମିତ ଯୋଗ ଓ ପ୍ରାଣାୟାମ କରି ନିଜକୁ ଫିଟ୍ ରଖିଥିବା ଜଣାପଡିଛି।

ପିଙ୍କି ରୋଶନଙ୍କ କହିବା ଅନୁସାରେ, ତାଙ୍କର ସମସ୍ତ ପରିବାର ଏବଂ ଏଠାରେ କାର୍ଯ୍ୟ କରୁଥିବା ସମସ୍ତ ଲୋକ ପ୍ରତି ୨୦ ଦିନରେ ଥରେ  କରୋନା ଟେଷ୍ଟ୍ କରାଇଥାନ୍ତି। ଗତ ସପ୍ତାହରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଡାକ୍ତରଙ୍କ କହିବା ମୁତାବକ ଯୋଗ ଓ ପ୍ରାଣାୟମ କରି ସେ ନିଜକୁ ସୁସ୍ଥ ରଖିଛନ୍ତି।

Comments are closed.