ସୁପର ୩୦ ସହ ଲଲିପପ ଗୀତରେ ନାଚିଲେ ହ୍ରିତିକ ରୋଶନ

0

ନୂଆଦିଲ୍ଳୀ : ହ୍ରିତିକ ରୋଶନ ବିହାରର ପ୍ରଖ୍ୟାତ ସୁପର ୩୦ କୋଚିଙ୍ଗ ସେଣ୍ଟରରେ ଛାତ୍ରଙ୍କ ସହ ନୃତ୍ୟ କରିଛନ୍ତି । ସେ ଏହି ଛାତ୍ରଙ୍କ ପାଇଁ ଏକ ପାର୍ଟି ରଖିଥିଲେ ଓ ସେମାନଙ୍କ ସହ ନାଚ କରିଥିଲେ । ଉଲ୍ଲେଖ ଯେ ଏବେ ହ୍ରିତିକ ରୋଶନ ରାଜସ୍ତାନରେ ସୁପର ୩୦ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ଥ ଅଛନ୍ତି। ଚଳଚ୍ଚିତ୍ରରେ ସେ ଏକ ଗଣିତ ଶିକ୍ଷକ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରର ରେପ-ଅପ ପାର୍ଟିରେ ହ୍ରିତିକ ରୋଶନ ଭୋଜପୁରି ଗୀତ ଲଲିପପ ଲାଗେଲୁରେ ନାଚ କରିଥିଲେ। ସୂଚନାଯୋଗ୍ୟ ବିହାରର ଆନନ୍ଦ କୁମାର ନମକ ଜଣେ ବ୍ୟକ୍ତି ଗରିବ ଶ୍ରେଣୀ ଛାତ୍ରମାନଙ୍କ ପାଇଁ ଏକ ମାଗଣା ଶିକ୍ଷା ଦାନ କେନ୍ଦ୍ର କରିଛନ୍ତି । ସେଠାରେ ସେମାନଙ୍କ ରହିବା ଖାଇବା ଓ ପାଠ ପଢିବା ପାଇଁ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ତାଙ୍କ କେନ୍ଦ୍ରରୁ ଛାତ୍ରମାନେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଆଇଆଇଟି ଓ ଅନ୍ୟ ପ୍ରମୁଖ ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି। ଆନନ୍ଦଙ୍କ ଏହି ନିଆରା ପ୍ରୟାସକୁ ନେଇ ସୁପର ୩୦ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଏଥିରେ ହ୍ରିତିକ୍‍ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

Leave A Reply