ସ୍କୁଲ ବ୍ୟାଗ୍‍ର ଓଜନ ଧାର୍ଯ୍ୟ କଲା ମାନବସମ୍ବଳ ମନ୍ତ୍ରଣାଳୟ

0

ନୂଆଦିଲ୍ଲୀ : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପାଠ(ହୋମ୍‍ ୱର୍କ) ଦେଇପାରିବେ ନାହିଁ। ସେମାନଙ୍କ ବସ୍ତାନୀର ଓଜନ ସର୍ବାଧିକ ଦେଢ଼ କିଲୋ ହେବ। ସେହିପରି ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ପିଲାଙ୍କ ବସ୍ତାନୀର ଓଜନ ୨ରୁ ୩କିଲୋ ମଧ୍ୟରେ ରହିବ। ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସର୍ବାଧିକ ୪କିଲୋ ଧାର୍ଯ୍ୟ ହୋଇଥିଲାବେଳେ ଅଷ୍ଟମ ଓ ନବମର ଓଜନ ସାଢ଼େ ୪କିଲୋ ଓ ଦଶମ ପାଇଁ ସର୍ବାଧିକ ୫କିଲୋ ଧାର୍ଯ୍ୟ ହୋଇଛି। କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି। ସେହି ଅନୁସାରେ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ଅନ୍ୟ କୌଣସି ସାମଗ୍ରୀ ବା ଅଧିକ ପୁସ୍ତକ ବିଦ୍ୟାଳୟକୁ ଆଣିବା ପାଇଁ ବାରଣ କରାଯାଇଛି। ଏନ୍‍ସିଇଆରଟି ପାଠ୍ୟକ୍ରମ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ କେବଳ ଗଣିତ ଓ ଭାଷା, ତୃତୀୟଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଓ ଇଭିଏସ୍‍ ତଥା ଭାଷା ବିଷୟକ ପାଠ ଅନୁମୋଦନ କରାଯାଇଛି।

Leave A Reply