କୁଳପତିଙ୍କୁ ପରାମର୍ଶ – ପିଲାଙ୍କ ସହ କଥା ହୁଅ, ଶିକ୍ଷକଙ୍କ ବିଶ୍ଵାସଭାଜନ ହୁଅ

- ଜାନୁଆରୀ ୧୨କୁ ବଢ଼ିଲା ବିନା ଫାଇନରେ ପଞ୍ଜିକରଣ ଅବଧି

ନୂଆଦିଲ୍ଲୀ: ଜେଏନୟୁ ଆକ୍ରମଣ ଘଟଣାରେ ବୁଧବାର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ କୁଳପତି ଏମ. ଜଗଦେଶ କୁମାରଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରାଳୟ କହିଛି, କୁଳପତି ଛାତ୍ରଛାତ୍ରୀମାନଙ୍କ ସହ ଅଧିକରୁ ଅଧିକ କଥାବାର୍ତ୍ତା କରିବା ସହ ଶିକ୍ଷକମାନଙ୍କ ବିଶ୍ଵାସଭାଜନ ହୋଇ ପିଲାଙ୍କ ପଞ୍ଜିକରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ। କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଆକ୍ରମଣ କରିବା ଘଟଣାକୁ ଗୁରୁତ୍ୱର ସହ ନ ନେବାରୁ ଓ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ବିଭିନ୍ନ ବର୍ଗର ଜନସାଧାରଣ କୁଳପତିଙ୍କୁ ସମାଲୋଚନା କରିଛନ୍ତି।

ଇତି ମଧ୍ୟରେ କୁଳପତି ଏମ. ଜଗଦେଶ କୁମାର କହିଛନ୍ତି ଜେ ଇଛୁକ ଛାତ୍ରଛାତ୍ରୀମାନେ ଯେଭଳି ପଞ୍ଜିକରଣ କରିପାରିବେ ସେ ନେଇ ବ୍ୟବସ୍ତା କରାଯାଉଛି। ଆଜି ଏ ନେଇ ମନ୍ତ୍ରାଳୟରେ ଉଚ୍ଚ ଶିକ୍ଷା ସଚିବ ଅମିତ ଖାରେ ଏବଂ ଜି.ସି.ହୋଶୂର କୁଳପତିଙ୍କ ସହ କ୍ୟାମ୍ପସରେ ସ୍ୱାଭାବିକ ପରିସ୍ଥିତି ଫେରେଇ ଆଣିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି।

ପ୍ରାୟ ୨ ଘଣ୍ଟା ଆଲୋଚନା ପରେ କୁଳପତି କହିଛନ୍ତି ଯେ ସେ ମନ୍ତ୍ରାଳୟକୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ଆଲୋଚନା କାଳରେ ଜେଏନୟୁ ରେକ୍ଟର ସତୀଶ ଚନ୍ଦ୍ର ଗର୍କୋଟି ଉପସ୍ଥିତ ଥିଲେ।

Comments are closed.