କର୍କଟ ରୋଗୀଙ୍କୁ ଚିକିିତ୍ସା ନକରିବା ଘଟଣା – ତଦନ୍ତ ପାଇଁ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

କଟକ: ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର କେନ୍ଦ୍ରରେ କୋଭିଡ-୧୯ ସଂକ୍ରମଣ ଆଶଙ୍କାରେ କର୍କଟରୋଗୀଙ୍କୁ ଚିକିତ୍ସା କରାନଯାଇ ଫେରାଇ ଦିଆଯାଉଥିବା ଅଭିଯୋଗ ଉପରେ ମାନବାଧିକାର କମିସନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଶନିବାର କମିଟି କର୍କଟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଇନଜୀବୀ ଶ୍ରୀ ପଟ୍ଟନାୟକ ପ୍ରଥମେ କେନ୍ଦ୍ର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଭିନ୍ନ ୱାର୍ଡ ବୁଲିବା ସହିତ ସଂକ୍ରାନ୍ତରେ ରୋଗୀ , ସମ୍ପର୍କୀୟ ଓ କେତେକ ସ୍ୱେଚ୍ଛାସେବୀଙ୍କୁ ପଚାରି ବୁଝିଥିଲେ। ଏହା ପରେ ଆଗାମୀ ଦିନରେ ମଧ୍ୟ କର୍କଟ କେନ୍ଦ୍ରକୁ ଯାଇ ପୁଣି ଥରେ ଯାଞ୍ଚ କରିବେ। ଘଟଣାର ତଦନ୍ତ ସରିବା ପରେ ସେ ଏକ ରିପୋର୍ଟ ପ୍ରସ୍ତୁତ କରି ଖୁବ ଶୀଘ୍ର ମାନବାଧିକାର କମିସନଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ଲାଗିଛି। ବିଶେଷ କରି ପଶ୍ଚିମବଙ୍ଗକୁ ଅଧିକାଂଶ ରୋଗୀ କର୍କଟ କେନ୍ଦ୍ରକୁ ଚିକିତ୍ସା ହେବାକୁ ଆସୁଥିଲେ। ପଶ୍ଚିମବଙ୍ଗରୁ ଆସୁଥିବା କର୍କଟ ରୋଗୀ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଡାକ୍ତରମାନେ ଚିକିତ୍ସା ନକରି ସେମାନଙ୍କୁ ଫେରାଇ ଦେଉଥିଲେ। ଏନେଇ ଏକ ସଙ୍ଗିନ ଅଭିଯୋଗ ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ କମିସନ ଘଟଣାର ତଦନ୍ତ କରିବା ନିମନ୍ତେ ଜଣେ ଆଇନଜୀବୀଙ୍କୁ ନିୟୋଜିତ କରିଥିଲେ। ତାଙ୍କ ନିର୍ଦେଶ ପରେ ଆଇନଜୀବୀ ଶନିବାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି।

Comments are closed.