MEllora 950×100

ଇସ୍ତଫା ଦେଲେ ଜୟରାମ ଠାକୁର

ସିମ୍‌ଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜୟରାମ ଠାକୁର। ଗୁରୁବାର ଜୟରାମ ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଠାକୁର କହିଛନ୍ତି ଯେ ଜନାଦେଶକୁ ସମ୍ମାନ ଜଣାଇ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେତେକ ପ୍ରସଙ୍ଗକୁ ନେଇ ନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ ଯାଇଛି। ଏହା ସହିତ ହିମାଚଳ ପ୍ରଦେଶ ପ୍ରତି ୫ବର୍ଷରେ ସରକାର ବଦଳାଇବାର ପ୍ରଥାକୁ ବଳବତ୍ତର ରଖିଛି। ରାଜ୍ୟର ୬୮ଟି ବିଧାନସଭା ଆସନରୁ କଂଗ୍ରେସ ୪୦ଟିରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଦାବିଦାର ହୋଇଥିବାବେଳେ ବିଜେପି ୨୫ଟି ଆସନରେ ବିଜୟୀ ହୋଇଛି। ତେବେ ଜୟରାମ ଠାକୁର ନିଜ ସିରାଜରୁ ବିଜୟୀ ହୋଇଛନ୍ତି।

Comments are closed.