ଅକ୍ଟୋବର ୨ରୁ ହାୱଡାରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମନା

0

କଲକାତା : ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ହାଓଡ଼ା ରେଳଷ୍ଟେସନରେ ପ୍ଲାଷ୍ଟିକ୍ ବ୍ୟାଗ୍ ଭଳି ସାମଗ୍ରୀକୁ ନିଷିଦ୍ଧ କରାଯାଇଛି। ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟସୂଚୀ ପାଳନ ମଧ୍ୟରେ ପୂର୍ବ ରେଳର ମହାପ୍ରବନ୍ଧକ ପି. ସି. ଶର୍ମା କହିଥିଲେ ଯେ ସମଗ୍ର ଦେଶରେ ଗାନ୍ଧୀ ଜୟନ୍ତି ଠାରୁ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ବନ୍ଦ ରହିବ। ସେହି ଲକ୍ଷ୍ୟରେ ହାଓଡ଼ା ଷ୍ଟେସନରେ କୌଣସି ପ୍ରକାର ପ୍ଲାଷ୍ଟିକ୍ ବ୍ୟବହାର ଚଳିବ ନାହିଁ । ସେଥିପାଇଁ ସଚେତନତା ସୃଷ୍ଟି ନିମିତ୍ତ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି। ଏହାସହିତ ଯତ୍ରତତ୍ର ଆବର୍ଜନା ନ ପକାଇବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଡଷ୍ଟବିନ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ମହାପ୍ରବନ୍ଧକ ଜଣାଇ ଦେଇଛନ୍ତି ଯେ ପାଣି ବୋତଲ ଠାରୁ ଆରମ୍ଭ କରି କ୍ୟାରିବ୍ୟାଗ ଭଳି ପ୍ଲାଷ୍ଟିକ୍ ସାମଗ୍ରୀ ବନ୍ଦ ନିମିତ୍ତ ସଚେତନତା ମୂଳକ ପ୍ରଚାର କରାଯାଉଛି। ଏହାସହିତ ରେଳଷ୍ଟେସନକୁ ପରିଚ୍ଛନ୍ନ ରଖିବା କ୍ଷେତ୍ରରେ ସାଧାରଣଙ୍କ ସହଯୋଗ ଏକାନ୍ତ ପ୍ରୟୋଜନ।

Leave A Reply