ଅମହଦାବାଦରେ ହେବ ‘ହାଓଡୀ ଟ୍ରମ୍ପ’ କାର୍ଯ୍ୟକ୍ରମ

ଟ୍ରମ୍ପ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି। କିନ୍ତୁ ସେ କେବେ ଆସିବେ ତାହା ବିଷୟରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ। ତେବେ ଏହି ଗସ୍ତ ସମୟରେ ଗୁଜରାଟର ଅହମଦାବାଦରେ ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ହଷ୍ଟନ ସହରରେ ହୋଇଥିବା ‘ହାଓଡୀ ମୋଦୀ’ ଭଳି ‘ହାଓଡୀ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ଟ୍ରମ୍ପ ଯୋଗଦେଇ ଉଦବୋଧନ ଦେବେ। ‘ହାଓଡୀ ମୋଦୀ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ-ଆମେରିକୀୟ ସାମିଲ ହୋଇଥିଲେ। କିନ୍ତୁ ଅହମଦାବାଦରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଟ୍ରମ୍ପ ସମ୍ବୋଧିତ କରିବେ, ଯେଉଁଥିରେ ଗୁଜରାଟରେ ରହୁଥିବା ଆମେରିକୀୟ ନାଗରିକ ଯୋଗଦେବେ।

ଆୟୋଜକଙ୍କ ସହିତ ସମ୍ପର୍କ ଥିବା ସୂତ୍ରରୁ ସୂଚନା ମିଳିଛି ଯେ, ଟ୍ରମ୍ପ ୩ ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତ ସମୟରେ ସେ ଏକା ଭାରତ ଆସିବେ। ଏହି ସମୟରେ ନୂଆଦିଲ୍ଲୀ ବ୍ୟତୀତ ଅନ୍ୟ ଏକ ସହରକୁ ସେ ଗସ୍ତ କରିବେ। ଯେଉଁ ସହରକୁ ସେ ଗସ୍ତ କରିବେ ସେଠାରେ ‘ହାଓଡୀ ମୋଦୀ’ ଭଳି ‘ହାଓଡୀ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସମ୍ଭବତଃ ଏହି ସହର ଅହମଦାବାଦ ହେବ। କେବଳ ଏ ସମ୍ପର୍କରେ ଘୋଷଣା ବାକି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

Comments are closed.