ଲକ୍-ଡାଉନରେ ପରିବାକୁ ଅଧିକ ଦିନ ସତେଜ ରଖିବାର ଉପାୟ

ଲକ୍-ଡାଉନ୍ ସମୟରେ ସମସ୍ତ ବର୍ଗର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାହାରକୁ ଯଥା ସମ୍ଭବ କମ୍ ବାହାରିବା ଉଚିତ। ଏପରିସ୍ଥଳେ ଗୃହିଣୀଙ୍କ ମୁଖ୍ୟ ଚିନ୍ତା ପନିପରିବାକୁ ଅଧିକ ଦିନ ସତେଜ କିପରି ରଖିପାରିବେ?

– କଞ୍ଚା ଲଙ୍କାର ଡେମ୍ଫ ଛିଣ୍ଡାଇ ତାହାକୁ ଭଲଭାବେ ପରିଷ୍କାର କରିବା ପରେ ଏକ ଏୟାର-ଟାଇଟ୍ ଡବାରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖିଦିଅନ୍ତୁ। ଏଭଳି ଉପାୟରେ କଞ୍ଚା ଲଙ୍କା ୨ମାସ ପର୍ୟ୍ୟନ୍ତ ରହିପାରିବ।

– ସ୍ବାସ୍ଥ୍ୟ ପାଇଁ ହିତକାରୀ ଏଇ ପରିବାକୁ ଯଥା ଉପାୟରେ ରଖିଲେ ୧ ମାସ ପର୍ୟ୍ୟନ୍ତ ରହିପାରିବ। ପ୍ରଥମେ ଟମାଟୋକୁ ଧୋଇ ଏକ ସୂତା କପଡ଼ାରେ ପୋଛିନେବେ। ଏବେ ପରିବାକୁ ଫାଳଫାଳ କାଟି ଫ୍ରିଜ୍‌ରେ ରଖନ୍ତୁ। ୨୦ ମିନିଟ୍ ପରେ ବାହାର କରି ଜିପ୍-ଲକ୍ ବ୍ୟାଗ୍‌ରେ ରଖି ସେଥିରୁ ସମସ୍ତ ଏୟାର୍‌ ବାହାର କରିନେବେ।

– ସବୁଜ ମଟରକୁ ୬ ମାସ ସାଇତି ରଖିବା ନିମନ୍ତେ ପାଣି ଗରମ କରିନେବେ। ସେଥିରେ ମଟର ପକାଇ ଫୁଟାଇ ନିଅନ୍ତୁ। ଏବେ ସେହି ମଟରକୁ ବରଫ ପାଣିରେ କିଛି ସମୟ ରଖି ପରେ ବାହାର କରି ଜିପ୍ ଲକ୍ ବ୍ୟାଗ୍‌ରେ ଭର୍ତ୍ତି କରି ଫ୍ରିଜର୍‌ରେ ରଖିବେ।

– ଧନିଆ ପତ୍ର ଓ ପୋଦିନା ପତ୍ରକୁ ଭଲଭାବେ ପରିଷ୍କାର କରି ପୋଛିନେବେ। ପରେ ସଫା କାଗଜରେ ଧନିଆ ଓ ପୋଦିନା ପତ୍ରକୁ ଗୁଡ଼ାଇ ଫ୍ରିଜ୍‌ରେ ଏକ ଡବାରେ ରଖିଦିଅନ୍ତୁ। ଏହିପରି ସେଗୁଡ଼ିକ ୧ ମାସ ପର୍ୟ୍ୟନ୍ତ ସତେଜ ରହିବ।

– ରସୁଣକୁ ଭଲଭାବେ ଧୋଇ ଶୁଖାଇ ଏହାର ଚୋପା ଛଡ଼ାଇ ଏକ ଡ଼ବାରେ ଭର୍ତ୍ତି କରି ୧ ମାସ ପର୍ୟ୍ୟନ୍ତ ଫ୍ରିଜ୍‌ରେ ରଖି ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିପାରିବେ।

Comments are closed.