କରୋନା ଭାଇରସ୍‌ରେ ଆକ୍ରାନ୍ତ ନ ହେବା ପାଇଁ କିପରି ରହିବେ ସତର୍କ ?

କରୋନା ଭାଇରସ୍‌ରେ ଯେପରି ଆକ୍ରାନ୍ତ ନ ହେବେ, ସେଥିପାଇଁ ଲୋକେ ଯଥେଷ୍ଟ ସତର୍କ। ଏ ବାବଦରେ ଗବେଷକ ଦଳ କେତୋଟି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

– ଯଦି କେହି ଘର ଲୋକ ବାହାରକୁ ଯାଉଛନ୍ତି, ଫେରିବା ପରେ ସେ ହାତ ଧୋଇ ନିଜ ପୋଷାକକୁ ଧୋଇ ଶୁଖାନ୍ତୁ। ଘର ଲୋକ ବାରମ୍ବାର ସାନିଟାଇଜର‌୍ ବ୍ୟବହାର କରିବା ଅନୁଚିତ। ଭୋଜନ ପୂର୍ବରୁ ଥରୁଟିଏ ହାତକୁ ଭଲରେ ଧୋଇନେବେ।
– କାର୍ଯ୍ୟାଳୟ ଯାଉଥିଲେ, ଫାଇଲ୍ କିମ୍ବା କମ୍ପ୍ୟୁଟରରେ କାମ ଶେଷ ପରେ ହାତକୁ ଭଲରେ ସାନିଟାଇଜ୍ କରିନେବେ।
– ପୋଷା ଜନ୍ତୁ ଯେପରି ବିଲେଇ, କୁକୁରଙ୍କଠାରେ ବିଶ୍ବର କେତେକ ପ୍ରାନ୍ତରେ କରୋନା ଭାଇରସ୍ ଲକ୍ଷଣ ଠାବ ହୋଇଥିଲା। ଏଣୁ ଆପଣ ଘରେ କୁକୁର ରଖିଥିଲେ, ସତର୍କ ରହିବା ଉଚିତ।
– ଖିର ପ୍ୟାକେଟ୍‌କୁ ଭଲରେ ଧୋଇ ଫ୍ରିଜ୍‌ରେ ରଖିବେ। ପନିପରିବାକୁ ଧୋଇବା ସହ କପଡ଼ା​‌ରେ ପୋଛି ରଖିବା ଏଇ ସମୟରେ ଅନ୍ୟତମ ମୁଖ୍ୟ ଆବଶ୍ୟକତା।

Comments are closed.