ବଢ଼ୁଛି ଆଧାର ଠକେଇ; ଜାଣନ୍ତୁ କିପରି ରଖିବେ ନିଜକୁ ସୁରକ୍ଷିତ ?

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଆଧାରର ଗୁରୁତ୍ବ ବଢ଼ିଛି । ଯେକୌଣସି ଗୁରତ୍ବପୂର୍ଣ୍ଣ କାମରେ ଆଧାର କାର୍ଡ ରହିବା ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କ ଖାତା ହେଉ କି ମୋବାଇଲ୍‌ ନଂ ସବୁଠି ଆଧାରର ସଂଯୋଗୀ କରଣ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟେକ ମଣିଷର ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଥିବା ଅଧାର ବର୍ତ୍ତମାନ ଜାଲିଆତି ହେଉଥିବା ଅନେକ ଅଭିଯୋଗ ଆସିଲାଣି । ଏନେଇ ଆସନ୍ତୁ ଜାଣିବା ଆପଣ ନିଜକୁ ଏହି ଠକେଇରୁ କିପରି ସୁରକ୍ଷା ଦେଇପାରିବେ ।

୧. ଆଜିକାଲି ଆଧାର ସହ ପାନର ଲିଂକ କରାଯାଉଛି । ସେଠାରେ ମଧ୍ୟ ଏମିତି କିଛି ଠକେଇ ଦେଖିବାକୁ ମିଳୁଛି । ତେଣୁ ଆପଣ ଆପଣଙ୍କ ଆଧାର ନଂ କୌଣସି ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁନାହିଁ । ଅଜଣା ବ୍ୟକ୍ତିଙ୍କୁ ଆପଣଙ୍କ ଆଧାର ନଂ ଦେବାଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୨. ଆପଣଙ୍କ ମୋବାଇଲ୍‌ରେ ଆପଣଙ୍କ ପାଖକୁ ଆଧାର ସମ୍ବଦ୍ଧିୟ କୌଣସି ଓଟିପି ଆସିଲେ ତାହାକୁ କାହା ସହିତ ଅଂଶୀଦାର କରନ୍ତୁନାହିଁ । କାରଣ ଏହା ହେଉଛି ଠକେଇର ପ୍ରମୁଖ କାରଣ  । ଅଜଣା ବ୍ୟକ୍ତିଙ୍କୁ ଆପଣ ଓଟିପି ଦେବା ଦ୍ୱାରା ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।

୩. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସର୍ବଦା ମୋବାଇଲ୍ ନମ୍ବରକୁ ଆଧାରରେ ଅପଡେଟ୍ ରଖନ୍ତୁ । ଯଦି ଆପଣଙ୍କର ମୋବାଇଲ୍ ନମ୍ବର କିମ୍ବା ଆଧାର ସହିତ ଲିଙ୍କ୍ ହୋଇଥିବା ଇମେଲ୍ ଆଇଡି ବିଷୟରେ ଆପଣଙ୍କର କୌଣସି ସନ୍ଦେହ ଆସେ । ତେବେ ଆଧାର ୱେବସାଇଟକୁ ଯାଇ ଯାଞ୍ଚ କରନ୍ତୁ  ।

Comments are closed.