କୋଭିଡ-୧୯ ସମୟରେ କେତେ ସୁରକ୍ଷିତ ରାଜ୍ୟର ପୋଷଣ ସ୍ଥିତି

ଭୁବନେଶ୍ବର : ବିଶ୍ୱ ସାରା ଚାଲିଥିବା ଏହି କୋଭିଡ-୧୯ ପରିସ୍ଥିତି ରାଜ୍ୟର ସ୍ୱାସ୍ଥ୍ର୍ୟ ସମ୍ବଦୀୟ ବିଭିନ୍ନ ସୂଚକଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି।ଯେଉଁ ଭଳି ଭାବେ ତାଲାବନ୍ଦ ଓ ପ୍ରବାସୀ ସମସ୍ୟା ଜାରି ରହିଛି ଏହା ରାଜ୍ୟର ପୋଷଣ ସ୍ଥିତିକୁ ବିଗାଡି ଦେଇପାରେ ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଶିଶୁଙ୍କ ଉତମ ପୋଷଣ ପ୍ରଭାବିତ ହୋଇପାରେ।

ତାଲାବନ୍ଦ ଯୋଗୁଁ ଶ୍ରମିକ ଦୈନିକ ମଜୁରୀ ହରାଇବା ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ଚାକୀରି ଚାଲିଯିବା ଭଳି ଘଟଣା ରାଜ୍ୟର ଅନେକ ଗ୍ରାମାଞ୍ଚଳର ଅର୍ଥନୀତିରେ ପରିବର୍ତନ ହେବାର ସମ୍ଭାବନା ରହିଛି ,ଯାହା ସ୍ୱାସ୍ଥ୍ୟ ସମେତ ସମାଜର ଅନେକ ଦିଗକୁ ପ୍ରଭାବିତ କରିପାରେ। ଅଙ୍ଗନାୱାଡି କେନ୍ଦ୍ର ଏବଂ ଅନ୍ୟାନ୍ୟ ଅନୁ୍‍ଷ୍ଠାନିକ କେନ୍ଦ୍ରଗୁଡିକ ସହିତ ସଂଯୋଗ ହରାଇ ଅନେକ ପିଲାଙ୍କୁ ପୂର୍ବରୁ ଦିଆଯାଇଥିବା ସରକାରୀ ସାହାଯ୍ୟରୁ ବଞ୍ଚିତ ହେବାର ସମ୍ଭାବନା ରହିଛି।

ଏହି ବ୍ୟବଧାନକୁ ଦୂର କରିବା ପାଇଁ ଓଡିଶା ସରକାର ବିଶେଷ ପଦକ୍ଷେପ ନେଉଛନ୍ତି।ରାଜ୍ୟ ସହିତ କାର୍ଯ୍ୟ କରୁଥିବା ଅନେକ ଆନ୍ତର୍ଜାତୀୟ ସଂଗଠନଙ୍କ ମତରେ ବିଶେଷ କରି ବିଶେଷ କରି ପିଲାମାନଙ୍କ ପାଇଁ ପୋଷଣ ସହାୟତାର ଆଧାରଗୁଡିକ ପ୍ରଭାବିତ ହେବ ନୁହେଁ।

“ଏହି ପରିସ୍ଥ୍ରିତିକୁ ଦୃଷ୍ଟିରେ ରଖି କୋଭିଡ-୧୯ ଫଳରେ ଓଡିଶାରେ ଏକ ପୋଷଣ ଅଭାବ ପରିସ୍ଥ୍ରିତି ସୃଷ୍ଟି ନ ହେଉ କିମ୍ବା ରାଜ୍ୟ ଏ କ୍ଷେତ୍ରରେ ବର୍ଷ ବର୍ଷ ଲାଗି ହାସଲ କରିଥିବା ପ୍ରଗତିକୁ ନ ହରାଉ,ଏହାକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି। ରାଜ୍ୟରେ କୋଭିଡ-୧୯ ସହ ଲଢେଇର ରଣନିତି ମୂଳ ସ୍ତରରେ ଉତମ ପୋଷଣର ଯୋଜନା ମାନଙ୍କୁ ସ୍ଥ୍ରାନ ଦେବା ପାଇଁ ୟୁନିସେଫ ରାଜ୍ୟ ସରକାରଙ୍କ ମିଳିତ ଭାବରେ କାର୍ଯ୍ୟକରୁଛି”, ବୋଲି ୟୁନିସେଫ ଓଡିଶାର ମୁଖ୍ୟ ମୋନିକା ନିଲସେନ କହିଛନ୍ତି।

ପୃଷ୍ଟିହୀନତା,ଅନାହାର ମୃତ୍ୟୁ ଓ ଅଭାବୀ ପରିସ୍ଥିତି ଭଳି ବିଭିନ୍ନ ଘଟଣାରେ ରାଜ୍ୟ ଅତୀତରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲିଟିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯ ରାଜ୍ୟର ବୋଝ ଉପରେ ନଳିତା ବିଡା ନହେଉ, ବୃ୍‍ଦ୍ଧୀଜୀବି ମାନଙ୍କ ମତ।

ଗତ ଦେଢଦଶକ ମଧ୍ୟରେ ଓଡିଶା ଉତମ ପୋଷଣ ସ୍ତରରେ ଉନ୍ନତି ଆଣିଛି। ୨୦୦୫-୦୬ ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୩ (ଏନଏଫଏଚଏସ୍‍) ରେ ୨୦୧୫-୧୬ ରେ ଏନଏଫଏଚଏସ୍‍ ୪ ମଧ୍ୟରେ ରାଜ୍ୟରେ ୫ ବର୍ଷରୁ କମ୍‍ ପୃଷ୍ଟିହୀନ ଶିଶୁଙ୍କ ଅନୁପାତ ୪୦.୭ ପ୍ରତିଶତରୁ ୩୪.୪ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ପିଲାମାନଙ୍କ ମଧ୍ୟରେ ୱେଷ୍ଟିଂ(ଉଚ୍ଚତା ତୁଳନାରେ କମ୍‍ ଓଜନ) ଯଥେଷ୍ଟ ଅଧିକ ରହିଛି।

ପ୍ରସ୍ତୁତି ହିଁ ସଫଳତାର ଚାବି କାଠି

ବିଗତ ବର୍ଷ ମାନଙ୍କରେ ଓଡିଶା ସମ୍ମୁଖୀନ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ଏଥିରୁ ମିଳିଥିବା ଶିକ୍ଷାକୁ ଆଧାର କରି କୋଭିଡ-୧୯ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଓଡିଶାର ଭୌଗଳିକ,ସାମାଜିକ ଏବଂ ଆର୍ଥିକ ବିବିଧତାକୁ ଦୃଷ୍ଟିରେ ରେ ରଖି ପ୍ରସ୍ତୁତି କରାଯାଇଛି।

ଯେତେବେଳେ ରାଜ୍ୟ ସରକାର ଅଙ୍ଗନାୱାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ୱତି ନେଇଥିଲେ, ସେହି ସମୟରେ ଛୋଟ ପିଲାମାନଙ୍କର ଖାଦ୍ୟ ଉପରେ ତାଲାବନ୍ଦର କୌଣସି ପ୍ରଭାବ ନ ପଡିବା ପାଇଁ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବାର ବିକଳ୍ପ ମାଧ୍ୟମମାନ ଗଠନ କରାଯାଇଥିଲା।

ଡବଲୁସିଡି ବିଭାଗକୁ ଓଡିଶା ସରକାରଙ୍କ ଏକ ଜଟିଳ ବିଭାଗ ଭାବରେ ଘୋଷଣା କରାଯାଇଥିଲା ଯାହାକି ତାଲାବନ୍ଦ ସମୟରେ ମଧ୍ୟ ଲୋକଙ୍କୁ ନିରନ୍ତର ସେବା ଜାରି ରଖି ପାରିବ। ରାଜ୍ୟ ସରକାରଙ୍କ ସହ ମିଳିତଭାବେ କାର୍ଯ୍ୟ କରି ୟୁନିସେଫ ପୋଷଣ ଏବଂ ଖାଦ୍ୟ ସୁରକ୍ଷା ଯୋଜନ ପ୍ରସ୍ତୁତିରେ ନେତୃତ୍ୱ ନେଇଥିଲା, ଯାହା ପରିସ୍ଥ୍ରିତିର ମୁକାବିଲା ପାଇଁ କିଛି ସ୍ୱଳ୍ପମିଆଦି ଏବଂ ମଧ୍ୟମମିଆଦି ଯୋଜନା ମାନ ପ୍ରସ୍ତୁତି କରିବାରେ ସହାୟକ ହୋଇଥିଲା। ଓଡିଶା ସରକାରଙ୍କ କେତେକ ପ୍ରମୁଖ କାର୍ଯ୍ୟ:

ଜିରୋ କ୍ରାଉଡ ଅ ଅଙ୍ଗନାୱାଡି ସେଣ୍ଟର; ଘରେ ଘରେ ପହଞ୍ଚିଲା ଟେକ୍‍ ହୋମ୍‍ ରାସନ

ଯଦିଓ ଅଙ୍ଗନାୱାଡି ସେବା ୩୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଛି, ରାଜ୍ୟ ସରକାର ହିତାଧିକାରୀଙ୍କ ଘରେ ଘରେ ଖାଦ୍ୟ ବିତରଣ କରିବାର ଏକ ଅଭିନବ ଯୋଜନା ଆଣଛନ୍ତିି। ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‍) ଦ୍ୱାରା ଅଧିକାର ଅନୁଯାୟୀ ଟେକ୍‍ ହୋମ୍‍ ରାସନ (ଟିଏଚଆର) ଓ ଅଣ୍ଡା, ଅଙ୍ଗନାୱାଡି କର୍ମି ଓ ସହାୟକଙ୍କ ମାଧମରେ ଶିଶୁମାନଙ୍କୁ (୬ ମାସରୁ ୩ ବର୍ଷ) ଏବଂ ଗର୍ଭବତୀ ମହିଳାଙ୍କୁ ଜୁନ ମାସ ପର୍ଯ୍ୟନ୍ତ ଘରେ ଘରେ ଯୋଗାଇବା ସୁନିଶ୍ଚିତ କରାଯାଇଛି। ସମସ୍ତ ସରକାରୀ ଉପଦେଷ ଯେପରିକି ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା ଇତ୍ୟାଦି ଏଡବ୍ଲୁଡବ୍ଲୁ ଏଡବ୍ଲୁଏଚ ମାନେ ଅନୁସରଣ କରି ଅଙ୍ଗନାୱାଡି କେନ୍ଦ୍ରକୁ ଜିରୋ କ୍ରାଉଡ ସୁନିଶ୍ଚିତ କରିବା,ଦ୍ୱାରା ସଂକ୍ରମଣ ର ସମ୍ଭାବନାକୁ କମାଯାଇପାରିଛି।

ଶୁଖିଲା ରାସନ ପରିବର୍ତେ ରନ୍ଧା ଖାଦ୍ୟ ଯୋଗାଣ

ତାଲାବନ୍ଦ ସମୟରେ ଅଙ୍ଗନାୱାଡି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରି-ସ୍କୁଲ ପିଲାମାନଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇବା ଏକ ଆହ୍ୱାନ ଥିଲା। ତେଣୁ ଅଙ୍ଗନାୱାଡି କେନ୍ଦ୍ରରେ ରଦ୍ଧା ଖାଦ୍ୟ ଏବଂ ସ୍ନାକ୍ସ ଯୋଗାଇବା ବଦଳରେ, ସେମାନଙ୍କ ଘର ମାନଙ୍କରେ ଏଡବ୍ଲୁଡବ୍ଲୁ୍‍/ ଏଡ୍‍ବ୍ଲୁଏଚ ମାନଙ୍କ ଦ୍ୱାରା ଏହି ପିଲାମାନଙ୍କ (୩-୬ ବର୍ଷ ବୟସ) ଶୁଖିଲା ରାସନ ଯୋଗାଇ ଦିଆଯାଉଛି। ସମୁଦାୟ ୪୧,୨୭,୦୫୦ ହିତାଧିକାରୀ ଯଥା ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ପିଲା, ୩-୬ ବର୍ଷ ବୟସର ୧୬,୧୩,୭୭୫ ପିଲା ଏବଂ ୭,୧୯,୩୭୯ ଗର୍ଭବତୀ ଏବଂ ନର୍ସିଂ ମହିଳା ଏହି ପ୍ରକ୍ରୀୟାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହିପରି ନିରନ୍ତର ପୋଷଣ ସେବା ପ୍ରତିଷ୍ଠା କରାଯାଇଛି।

ଗରିବ ଏବଂ ଦରିଦ୍ରମାନଙ୍କ ପାଇଁ ଡବ୍ଲୁଏସଏଚଜିଏସ ଦ୍ୱାରା କମ୍ୟୁନିଟି କିଚେନ

ବିଶେଷକରି ବୃଦ୍ଧ,ଗରିବ ଏବଂ ଦରିଦ୍ରମାନଙ୍କ ପାଇଁ ଡବ୍ଲୁଏସଏଚଜି ମାନଙ୍କ(ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ) ସଦସ୍ୟଙ୍କ ମାଧ୍ୟମରେ କମ୍ୟୁନିଟି କିଚେନ୍‍ କାର୍ଯ୍ୟକ୍ଷମ ହୋଇଛି। ମିଶନ ଶକ୍ତିର (୭୧୮୫) ଏସଏଚଜି ମାଗଣା ରୋଷେଇ ଘରର ପରିଚାଳନାରେ ନିଶୋଦିତ ହୋଇଛନ୍ତି। ପୋଷଣ କ୍ଷେତ୍ରରେ ଏହି ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଯୋଗୁଁ ଅନେକ ସ୍ଥ୍ରାନରେ ପ୍ରବାସୀ ଶ୍ରମିକମାନେ ନିୟମିତ ଭାବେ ଖାଦ୍ୟ ପାଇପାରୁଛନ୍ତି।

ସାହାଯ୍ୟ ହାତ ବଢାଇଲେ ଏସଏଚଜି

କମ୍ୟୁନିଟି କିଚେନ୍‍ ପରିଚାଳନା ବ୍ୟତୀତ, ମିଶନ ଶକ୍ତିର ଅଧୀନରେ ଥିବା ଏସ୍‍ଏଚଜି ଗୁଡିକ ଚାହିଦା ଅନୁସାରେ କପା ମାସ୍କ ସିଲେଇ କରିବାକୁ ଆଗେଇ ଆସିଛନ୍ତି। ୧୦୦୬ ରୁ ଅଧିକ ଏସ୍‍ଏଚଜି ଏପର୍ଯ୍ୟନ୍ତ ୨୨ଲକ୍ଷରୁ ଅଧିକ ଫେସ ମାସ୍କ ପ୍ରସ୍ତୁତ କରିସାରିଛନ୍ତି। ମିଶନ ଶକ୍ତି ଅଧୀନରେ ୬୦୦ ରୁ ଅଧିକ ଏସ୍‍ଏଚଜି ଶୁଖିଲା ରାସନ ଓ ପନିପରିବା ଦୋକାନ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪୭ଟି ଭାମ୍ୟମାଣ ଦୋକାନ ଚଲାଇବାକୁ ସକ୍ଷମ ହୋଇଛନ୍ତି।

ବିଦ୍ୟାଳୟର ପିଲାମାନଙ୍କ ପାଇଁ ମଧ୍ୟାନ ଭୋଜନ ରାସନ ଏବଂ ଆଇଏଫଏ ( ଆଇରନ ଫୋଲିକ ଏସିଡ୍‍ ଟାବଲେଟ)ର ଗୃହ ବିତରଣ

ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଚିତ ମୂଲ୍ୟର ଦୋକାନ/ ପିଡିଏସ୍‍ ଆଉଟଲେଟ ଦେଇ ୯୦ ଦିନ ପାଇଁ ମଧ୍ୟାନ ଭୋଜନ ଶୁଖିଲା ରାସନ ପ୍ରଦାନ ନିଷ୍ପତି ନେଇଛନ୍ତି। ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାସିକ ୩ କିଲୋ ଚାଉଳ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାସିକ ୪.୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ଏହା ଏକ ଟିପିଡିଏସ୍‍/ଏସ୍‍ଏଫ୍‍ଏସ୍‍ଏସ୍‍ (ଟାର୍ଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ/ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା) ଅନୁଯାୟୀ ଏକ ଶିଶୁର ଅଧିକାର ଅତିରିକ୍ତ ସେବା।

ୟୁନିସେଫ ସହଯୋଗରେ ସ୍ୱାସ୍ଥ୍ର୍ୟ ଓ ପରାବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଜନ ଶିକ୍ଷା ବିଭାଗ ଜରିଆରେ ନିର୍ଦ୍ଦେଶାବଳୀ ଲାଗୁ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସାପ୍ତାହିକ ବ୍ୟବହାର ପାଇଁ ଛାତ୍ରଛାତ୍ରୀମାନଙ୍କ ଘରେ ଆଇଏଫଏ ଟାବଲେଟ ଯୋଗାଇ ଦିଆଯିବ।

ଏଡବ୍ଲୁଏଚ / ଏଡବ୍ଲୁଡବ୍ଲୁଏଚ୍‍ ମାନେ ସାମାଜିକ ଦୂରତା ଅବଲମ୍ବନ କରି ସେବା ଯୋଗାଇବା ଜାରି ରଖିଛନ୍ତି

ତାଲାବନ୍ଦ ଅବରୋଧ ସମୟରେ ମଧ୍ୟ ସମ୍ପ୍ରଦାୟକୁ ନିରନ୍ତର ସେବା ଯୋଗାଇବା ପାଇଁ ପ୍ରୟାସ କରାଯାଉଛି, ଯାହାଫଳରେ ସ୍ୱାସ୍ଥ୍ର୍ୟ କିମ୍ବା ପୋଷଣ କ୍ଷେତ୍ରରେ କୌଣସି ବୁଝାମଣା ହୋଇପାରିବ ନାହିଁ। ଆଗଧାଡି କାର୍ଯ୍ୟକର୍ତା ଯେପରିକି ଅଙ୍ଗନାୱାଡି କର୍ମୀ (ଏଡବ୍ଲୁଡବ୍ଲୁ) ଅଙ୍ଗନାୱାଡି ହେଲପର (ଏଡବ୍ଲୁଏଚ) ମାନେ ମାସ୍କ ବ୍ୟବହାର କରିବା, କାର୍ଯ୍ୟରେ ଥିଲାବେଳେ ସାମାଜିକ ଦ୍ୱରତା, ହାତର ସ୍ଵଚ୍ଛତା ଅଭ୍ୟାସ ଅନୁସରଣ କରବା ଆଦି ମାନି କ।।ର୍ଯ୍ୟକରୁଛନ୍ତି। ପ୍ରତିରୋଧକ ଶକ୍ତି ବଢାଇବାପାଇଁ ସେସନ୍‍ ମାନ ଚାଲିଥିବା ବେଳେ ଇଡଡ, ଇଝଐଇ ଓ ଇଘଗ ମାନେ ଘରଘର ବୁଲି ପୋଷଣ ସର୍ମ୍ପକରେ ବୁଝାଇଛନ୍ତି।

ତାଲିମ ଏବଂ ଦକ୍ଷତା ବିକାଶ

ୟୁନିସେଫ ସହାୟତାରେ ରାଜ୍ୟ ସରକାରଙ୍କ ସମସ୍ତ ଆଗ ଧାଡିର କାର୍ଯ୍ୟକର୍ତା ପାଇଁ ଅନ୍‍ଲାଇନ ଭିଡିଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯେଉଁଠାରେ ଅନ୍‍ଲାଇନ ତାଲିମ କାର୍ଯ୍ୟକ୍ରମ ସମ୍ଭବ ନୁହେଁ, ସେକ୍ଟର ସ୍ତରରେ ବାସ୍ତବିକ ପ୍ରଶିକ୍ଷଣର ଆୟୋଜନ କରାଯାଉଥିଲା ବେଳେ ସାମାଜିକ ଦୂରତା ମାନଦଣ୍ଡକୁ ପାଳନ କରାଯାଇଛି।

ଆଗ ଧାଡି କାର୍ଯ୍ୟକର୍ତା ମାନେ ପ୍ରଶିକ୍ଷଣ ସମୟରେ କୋଭିଡ-୧୯, ଏହାର ଲକ୍ଷଣ, ସାମାଜିକ ଦ୍ୱରତା, ହାତର ସ୍ଵଚ୍ଛତା,ବୃଦ୍ଧଙ୍କ ସେବା, କୋରୋନା ଭାଇରସ ସମୟରେ ଖାଦ୍ୟ ପୋଷଣ ,ସ୍ତନ୍ୟପାନ ଅଭ୍ୟାସ ଏବଂ ପୃଷ୍ଟିହୀନ ଶିଶୁଙ୍କ ଯତ୍ନ ଉପରେ ଧ୍ୟନ ଦେଉଛନ୍ତି। ଏହି ଉନ୍ନତ କ୍ଷମତା ସେମାନଙ୍କୁ ଲୋକଙ୍କ ଭଲ ସେବା କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ।

ସେହିପରି ଓଡିଶା ଜୀବିକା ମିଶନ (ଓଏଲଏମ) କର୍ମଚାରୀ ଏନଜିଓ ସହଭାଗୀ ଓ ଟ୍ରାଇଫେଡ କାର୍ଯ୍ୟକର୍ତାଙ୍କ ପାଇଁ କୋରୋନା ଭାଇରସ ଏବଂ ଅନ୍‍ଲାଇନ ପ୍ଲାଟଫର୍ମ ମାଧ୍ୟମରେ ସ୍ୱାସ୍ଥ୍ର୍ୟ ପୋଷଣ ଏବଂ ସ୍ୱସ୍ଥ୍ରତା ଆଦି ସ୍ୱାସ୍ଥ୍ର୍ୟକର ଆଚରଣର ସର୍ମ୍ପକରେ ତାଲିମ ଦିଆଯାଇଛି।

ଇଫ୍ୟଣ୍ଟ ଆଣ୍ଡ ୟଙ୍ଗ ଚାଇଲ୍ଡ ଫିଂଡିଙ୍ଗ (ଓଣଉୠ) ସେଭିୟର ଆକ୍ୱାଟ ମାଲନ୍ୟୁଟ୍ରେସନ୍‍ (ଏସ୍‍ଏଏମ୍‍) ପରିଚାଳନା ସ୍ୱାସ୍ଥ୍ର୍ୟକର ଖାଇବା ଓ ଗ୍ରାମ୍ୟସ୍ୱାସ୍ଥ୍ର୍ୟ, ସ୍ଵଚ୍ଛତା, ପୋଷଣ ଦିବସ, କିଶୋରୀ ସ୍ୱାସ୍ଥ୍ର୍ୟ ଓ ପୋଷଣ,ପ୍ୟାରେଷ୍ଟିଂ ଓ ମାନସିକ ଯତ୍ନ ଭଳି ଗୁରୁତ୍ଵପୂର୍ଣ୍ଣ ବିଶୟବସ୍ତୁ ଏହି ତାଲିମର ଅନ୍ତର୍ଗତ।

ୟୁନିସେଫ ସହଯୋଗରେ କୋରୋନା ଭାଇରସର ଅବଧି ମଧ୍ୟରେ ଗୁରୁତର ଏବଂ ତୀବ୍ର ପୃଷ୍ଟିହୀନତା ଥିବା ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ପୃଷ୍ଟିକର ପୁନର୍ବାସ କେନ୍ଦ୍ର (ଏନଆରସି) କାର୍ଯ୍ୟକର୍ତା ଏବଂ ଡାକ୍ଟରୀ ଅଧିକାରୀ (ଶିଶୁରୋଗ ବିଶେଷଜ୍ଞଙ୍କ) ପାଇଁ ଏକ ଅନଲାଇନ ତାଲିମ ମଧ୍ୟ ପ୍ରଦାନ କରାଯାଇଛି। ଥରେ ଗତିବିଧି ଉପରେ ପ୍ରତିବନ୍ଧକ ହଟାଯିବା ପରେ ସେମାନେ ଏନଆରସି ରେ ଏସ୍‍ଏଏମ୍‍ ମାମଲାଗୁଡିକର ପ୍ରବାହକୁ ପରିଚାଳନା କରିବା ଉପରେ ମଧ୍ୟ ଧ୍ୟାନ ଦେଇଥିଲେ।

ତାଲାବନ୍ଦ କାରଣରୁ ପୁର୍ବରୁ ବ୍ୟବହୃତ ହେଉଥିବା ରିପୋର୍ଟଙ୍ଗ ସିଷ୍ଟମ ପ୍ରଭାବିତ ହେବା ଫଳରେ ୟୁନିସେଫ ଏନଜିଓ ପାର୍ଟନରର୍ସ ମାନଙ୍କ ଭଳି ସ୍ୱାଧୀନ ସୂଚନାର ଉତ୍ସ ଗୁଡିକର ଗୁରୁତ୍ୱଙ୍କୁ ଦୃଷ୍ଟିରେ ରଖି ଏକ ରିୟଲ ଟାଇମ ଅନଲାଇନ୍‍ ଡାଟା କନେକ୍‍ସନ୍‍ ପ୍ଲାର୍ଟଫର୍ମ ପ୍ରସ୍ତୁତି କରିଛି। ଫଳାଫଳ ଗୁଡିକ ପ୍ରତିଦିନ ବିଶ୍ଲେଷଣ କରାଯାଇ ସଂଶୋଧନ କାର୍ଯ୍ୟନୁଷ୍ଠାନ ପାଇଁ ଉପଯୁକ୍ତ କର୍ତୃପକ୍ଷଙ୍କ ଦୃଷ୍ଟିଙ୍କୁ ଅଣାଯାଉଛି।

 

Comments are closed.