ସବୁ କ୍ଷେତ୍ରରେ ରାଜ୍ୟ ଜାତୀୟ ସ୍ତରରେ ପଛୁଆ ଥିବାବେଳେ ନବୀନ ୧ ନମ୍ବର ହେଲେ କେମିତି ? : ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟରେ ଦଣ୍ଡ ହାର ୪ ପ୍ରତିଶତ ଥିବା ବେଳେ ଗୁଡ଼ଗଭର୍ନାନ୍ସ ତଳ ଆଡ଼ୁ ୪ ନମ୍ବର, ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ରାଜ୍ୟ ପୋଲିସ୍‌କୁ ମାତ୍ର ୨୭ ପ୍ରତିଶତ ସଫଳତା ମିଳିଛି, ବେକାରି ବୃଦ୍ଧିରେ ୧ ନମ୍ବର ସେହିପରି ଚାଷୀମାନଙ୍କ ପ୍ରତି ଯାହା ପ୍ରତିଶୃତି ଦେଇଥିଲେ ତାହା କରିପାରି ନାହାଁନ୍ତି । ରାଜ୍ୟରେ ଶ୍ରମିକମାନେ ହତାସ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଉଛି । ନାରୀ ନିର୍ଯ୍ୟାତନାରେ ରାଜ୍ୟ ଦ୍ୱିତୀୟରେ ଅଛି । ହାରାହାରି ଭାବେ ଦେଖିବାକୁ ଗଲେ ରାଜ୍ୟ ୨୫ନମ୍ବରରେ ସ୍ଥାନ ପାଇଛି ।

ଏହି ପରୀପ୍ରେକ୍ଷୀରେ ନବୀନ ୧ନମ୍ବର ମୁଖ୍ୟମନ୍ତ୍ରୀ ହେଲେ କେମିତି ବୋଲି ଶନିବାର ପ୍ରେସବାର୍ତାରେ ପ୍ରଶ୍ନ କରିଛନ୍ତି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେବଳ ପ୍ରତିଶୃତି, ପ୍ରତାରଣା ଓ ପ୍ରଚାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜନମତକୁ ଭ୍ରମିତ କରିବା ହେଉ ବା ବିଗୁଡ଼ିଥିବା ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ବହୁଳ ଅର୍ଥ ବ୍ୟୟ କରି ଏଭଳି ଏକ ପୁରସ୍କାର ଯୋଗାଡ଼ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକଙ୍କ ଆଶଙ୍କା ବ୍ୟକ୍ତ କରିଛନ୍ତି।

Comments are closed.