ବେଲପଡା ବ୍ଲକରେ ଆବାସ ଯୋଜନା ଦୁର୍ନୀତି

ଯୋଗ୍ୟ ବ୍ୟକ୍ତଙ୍କୁ ତିରସ୍କାର, ଅଯୋଗ୍ୟଙ୍କୁ ପୁରସ୍କାର

ବେଲପଡା : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକର ପଣ୍ଡରୀଯୋର ପଂଚାୟତର କର୍ଲାବାହାଲି ଗାଁର ଦେବାର୍ଚ୍ଚନ ମାଝୀଙ୍କ ନାଁ ଏସ୍‌ସିସି ତାଲିକାର ୪୧୯୦୪୫୪ ନମ୍ବରରେ ଥିବା ବେଳେ ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ୩ ତାରିଖ ସେପ୍ଟେମ୍ବର ୨୦୨୦ ରେ ଦେବାର୍ଚ୍ଚନ ମାଝୀ ବେଲପଡା ବିଡିଓଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏ ପଦକ୍ଷେପ ନେଇନାହାନ୍ତି। ଏସମ୍ପର୍କରେ ତତ୍କାଳୀନ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ମାଝୀଙ୍କୁ ପଚାରିବାରୁ ଦୁଇ ଜଣଙ୍କ ସମାନ ନାମ ଅଛି। ଏଣୁ ଦେବେନ୍ଦ୍ର ମାଝୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି କହିଥିଲେ। କିନ୍ତୁ ଦେବେନ୍ଦ୍ର ମାଝୀଙ୍କ ନାମ ଏସ୍‌ସିସି ତାଲିକାରେ ଲେଖା ହୋଇନାହିଁ। ଏସ୍‌ସିସି ତାଲିକାର ନାମ ଓ ନମ୍ବର ଅନୁଯାୟୀ ଦେବାର୍ଚ୍ଚନ ମାଝୀ ଏହି ଘର ପାଇବାର ହକ୍ ଅଛି। କିନ୍ତୁ ପଣ୍ଡରିଯୋର ପଂଚାୟତ କର୍ମଚାରୀ  ଓ ବ୍ଲକ ପ୍ରଶାସନ ମିଶି ସେହି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ବେଲପଡା ବିଡିଓଙ୍କୁ ଏବିଷୟରେ ଯୋଗାଯୋଗ କରିବାରୁ ଫୋନ ଉଠାଇ ନଥିଲେ। ଏହାପରେ ବେଲପଡା ଏବିଡିଓ ସାରଥି ସାହୁଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇ ପାରି ନଥିଲେ। ଜିଲାପାଳ ଏଦିଗରେ ଦୃଷ୍ଟି ଦେଇ ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଯୋଗାଇ ଦେବାକୁ ଦାବି ହେଉଛି।

Comments are closed.