ହାଉସିଂବୋର୍ଡର ଡମସାହି ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ଼ : ଆଠଗଡ଼ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାଉସିଂବୋର୍ଡ କନୋଲୀ ପାର୍ଶ୍ବବର୍ତ୍ତି ଡମସାହିକୁ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ୨ଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟରୁ ଡମସାହିର ୯ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜସ୍ୱ ନିରୀକ୍ଷକ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଡମସାହିକୁ ୭ତାରିଖ ସକାଳ ୬ଟାରୁ ୧୬ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ଡମସାହିର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡାରେ ଆବଦ୍ଧ କରାଯାଇ ବାହାରୁ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବା ଏବଂ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.