ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୦ ଶୁଭାରମ୍ଭ ; ୨୦୨୦ରୁ କ୍ରମାଗତ ଆରମ୍ଭ ହେବ ସର୍ବେକ୍ଷଣ ଲିଗ୍‍

ନୂଆଦିଲ୍ଲୀ :  କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‍ ସିଂହ ପୁରି ଗୁରୁବାର ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୦ ଲିଗ୍‍ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ ସହର ଓ ନଗରଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତାର ମୂଲ୍ୟାୟନ ପ୍ରତି ତିନି ମାସରେ କରାଯିବ । ଦିଲ୍ଲୀରେ ଏହି ଅବସରରେ ଶ୍ରୀ ପୁରି କହିଛନ୍ତି, ସ୍ୱଚ୍ଛ ସର୍ବେକ୍ଷଣ, ୨୦୨୦ ଲିଗରେ  ଦୂଷିତ ଜଳ ବିଶୋଧନ ଏବଂ ଏହାର ବ୍ୟବହାର, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ମାନ ନିର୍ଦ୍ଧାରଣ କରାଯିବ।

ଶ୍ରୀ ପୁରି କହିଛନ୍ତି, ପରିବର୍ତ୍ତନଶୀଳ ଜୀବନଶୈଳୀକୁ ଲକ୍ଷ୍ୟ କରି ସ୍ୱଚ୍ଛ ସର୍ବେକ୍ଷଣକୁ ପ୍ରତି ବର୍ଷ ଅଭିନବ ଭାବେ ପରିକଳ୍ପନା କରାଯାଇ ଅଧିକରୁ ଅଧିକ ସୁଦୃଢ଼ କରାଯାଉଛି। ସେ କହିଛନ୍ତି, ସର୍ଭେ ପୂର୍ବରୁ ସହରକୁ ପରିଷ୍କାର ରଖିବା ଏବଂ ପରେ ଏଥିରୁ ଦୂରେଇ ଯିବା ବଡ଼ ଉଦ୍‍ବେଗର କାରଣ ହୋଇଛି। ସେ କହିଛନ୍ତି  ଏବଂ ବର୍ଷସାରା ପରିଷ୍କାର ପରିଚ୍ଛନ୍ନତାକୁ ଆକଳନ କରାଯିବ।

Comments are closed.