‘ହାଉସଫୁଲ-୪’ ଛାଡିଲେ ନାନା

0

ମୁମ୍ବଇ : ଭାରତରେ ଚଲୁଥିବା ‘ମି ଠୁ’ ଅଭିଯାନ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବଲିଉଡର ବହୁ କଳାକାର, ଗାୟକ, ନିର୍ଦେଶକ ଏହି ଅଭିଯାନରେ ଛନ୍ଦି ହୋଇଯାଇଛନ୍ତି। ବଲିଉଡର ବରିଷ୍ଠ କଳାକାର ନାନା ପାଟକରଙ୍କ ବିପକ୍ଷରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମାଜରେ ଏକ ଧାରା ସୃଷ୍ଟି କରିଛି। ଯାହାଫଳରେ ନାନା ପାଟକର ହାଉସଫୁଲ-୪ ଚଳଚ୍ଚିତ୍ର ଛାଡିବାକୁ ପଡିଛି। ନାନା ପାଟକରଙ୍କ ଦଳ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନାନା ପାଟକରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯୋଗୁଁ ସେ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନଥିବା କହିଛନ୍ତି। ତେଣୁ ସେ ଏହି ଚଳଚ୍ଚିତ୍ର ଛାଡିଥିବା କୁହାଯାଇଛି। ଏହାପୂର୍ବରୁ ନିର୍ଦେଶକ ସାଜିଦ୍‍ ଖାନଙ୍କ ବିରୋଧରେ ତିନି ଜଣ ମହିଳା ଯୌନଶୋଷଣ ଅଭିଯୋଗ କରିବା ପରେ ସେ ମଧ୍ୟ ଏହି ଚଳଚ୍ଚିତ୍ର ଛାଡିଛନ୍ତି। ହାଉସଫୁଲ ସିରିଜରେ ଅଭିନୟ କରୁଥିବା ଅଭିନେତା ଅକ୍ଷୟ କୁମାର ‘ମି ଠୁ’ ଅଭିଯାନର ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।

Leave A Reply