ଅକ୍ଟୋବର ୧୧ରେ ଗୃହ କମିଟିରେ ହାଜର ହେବେ ଅଭିଜିତ୍‌ ଆୟାର !

0

ଭୁବନେଶ୍ୱର: ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଫସି ଥିବା ଲେଖକ ତଥା ସମ୍ବାଦିକ ଅଭିଜିତ୍‌ ଆୟାର ମିତ୍ର ଆସନ୍ତା ଅକ୍ଟୋବର ୧୧ ତାରିଖରେ ଓଡିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ । ସେହିଦିନ ପୂର୍ବାହ୍ନ ୧୧ଟାରେ ସେ ବିଧାନସଭାର ୫୫ ନମ୍ବର ପ୍ରକୋଷ୍ଠରେ ହାଜର ହୋଇ ନିଜ ପକ୍ଷ ରଖିବେ । ଏଥିପାଇଁ ତାଙ୍କୁ ଖୁବ୍ ଶ୍ରୀଘ ନୋଟିସ୍ ଜାରି କରାଯିବ । ଶୁକ୍ରବାର ଅନୁଷ୍ଠିତ ବିଧାନସଭା ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଅଭିଜିତ୍‍ଙ୍କ କୋଣାର୍କ ମନ୍ଦିର ବିରୋଧୀ ଅଶ୍ଲୀଳ ମନ୍ତବ୍ୟ ନେଇ ଓଡିଶାରେ ପ୍ରତିବାଦର ସ୍ୱର ଉଠିଥିଲା। ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟ ବୋଲି କୁହାଯାଇ ମାମଲା ରୁଜୁ କରାଯାଇଥିଲା। ପରେ ଅଭିଜିତ୍ ଦିଲ୍ଲୀରୁ ଗିରଫ ହୋଇ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି ।

Leave A Reply