ମୁମ୍ବଇରେ ଭୁଷୁଡିଲା ଅଟ୍ଟାଳିକା ; ୯ ଉଦ୍ଧାର

ମୁମ୍ବଇ : ମୁମ୍ବଇରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଆଣ୍ଟପ୍‍ ହିଲ୍‍ ଅଞ୍ଚଳରେ ସ୍ଥିତ ଏକ ଅଟ୍ଟାଳିକା ଭୁଷୁଡି ପଡିଛି। ଏହାତଳେ ଅନେକ ଲୋକେ ଦବି ରହିଥିବା ବେଳେ ୯ ଜଣଙ୍କୁ ଏଯାଏଁ ଉଦ୍ଧାର କରାଯାଇଛି। ଆହୁରି ଅନେକ ଲୋକେ ଏହାତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଘଟଣାରେ କାହାରି ମୃତ୍ୟୁ ହୋଇଥିବା ନେଇ ଖବର ମିଳିନାହିଁ। ଖବର ପାଇ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ଉପସ୍ଥିତ ରହିଛନ୍ତି।

Comments are closed.