ଅଗ୍ନିକାଣ୍ଡରେ ଘର ସହିତ ଦୋକାନ ଜଳିଗଲା

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ କନ୍ଧମାଳ-ଗଂଜାମ ସୀମାନ୍ତରେ ଅବସ୍ଥିତ ରଣବା ଗ୍ରମାର ଜିତୁ କୁମାର ଗୌଡ଼ଙ୍କ ଘରେ ଶନିବାର ଭୋରରେ ଅଗ୍ନିକାଣ୍ଡ ଘଟି ଘର ସହିତ ଦୋକାନ ଜଳିଯିବା ଫଳରେ ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ସଂପୂର୍ଣ୍ଣଭାବେ ଜଳିଯାଇଛି। ଖବର ପାଇ ଗଂଜାମ ଜିଲା ସୋରଡ଼ା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ନିଆଁକୁ ଆୟତ କରିବା ସହିତ ଗ୍ରାମବାସୀମାନେ ମଧ୍ୟ ମିଳିତ ଭାବେ ନିଆଁକୁ ଆୟତ କରିବାରେ ସହଯୋଗ କରିଥିଲେ। ଏହି ଗ୍ରାମ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ଘଟିଥିଲା। ଖବର ପାଇ ରଣବା ସରପଂଚ ଭିକାରି ମଲିକ ଓ ପଂଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା ଏବଂ ରାଜସ୍ୱ ନିରୀକ୍ଷକ ରବିନ୍ଦ୍ର ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ କୌଣସି କାରଣରୁ ସର୍ଟ ସର୍କିଟ୍‍ ଯୋଗୁଁ ଏହି ନିଆଁ ଲାଗିଥିବାର କୁହାଯାଇଛି।

Comments are closed.