ବିରୋଧୀଙ୍କ ହଟ୍ଟଗୋଳ ଜାରି: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ। ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦୁଇ ଦୁଇ ଥର ମୁଲତବି ହୋଇଛି ଗୃହ। ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ବେଳେ ସ୍ଥିତି ଅପରିବର୍ତ୍ତିତ ରହିବାରୁ ଦ୍ୱିତୀୟ ଥର ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
Related Posts
ସୂଚନାଯୋଗ୍ୟ, ଚାଷୀଙ୍କ ସମସ୍ୟା ସହ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍ଲା ଓ ନାରବାଜି ହେବା ସହ ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ପ୍ରତିବାଦ ପାଇଁ ଗୃହ ମୁଲତବି ରହିଛି।