୧୨ଟା ଯାଏଁ ଗୃହ ମୁଲତବି 

ଭୁବନେଶ୍ୱର : ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନରେ ଅନ୍ୟ ୪ ଦିନ ଭଳି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି। ଗୃହର ମଧ୍ୟ ଭାଗରେ ଶାସକ-ବିରୋଧୀ ମୁହାମୁହିଁ ହେବା ସହ ହୋହାଲ୍ଲା କରିଛନ୍ତି। ଫଳରେ ଦିନ ୧୨ଟା ଯାଏଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବି ଘୋଷଣା କରିଛନ୍ତି। ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ସହ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟଙ୍କ ହୋହଲ୍ଲା ପାଇଁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି।

Comments are closed.