ଗୃହ ମୁଲତବି

ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବିଧାନସଭା ଅଧିବେଶନରେ ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ସହ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଏହି କାରଣରୁ ଆଜି ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହ ମଧ୍ୟଭାଗକୁ ଆସି ଶାସକ-ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା ହେବା ସହ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି।

Comments are closed.