ଅଚଳାବସ୍ଥା ଜାରି : ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

0

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଶୀତ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଉଭୟ ବିରୋଧୀ ଓ ଶାସଦ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଥମେ ଗୃହକୁ ୧୧ ଟା ୩୦ ପର୍ଯ୍ୟନ୍ତ ଓ ପରେ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ଆଜି ପ୍ରଶ୍ନ କାଳ ମାତ୍ର ୪ ମିନିଟ୍‌ ପାଇଁ ଚାଲି ପାରିଥିଲା ।

ବିଜେଡ଼ି ଓ କଂଗ୍ରେସର ସଂପର୍କକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବକ୍ତବ୍ୟକୁ ନେଇ  ବିଜେପି ସଦସ୍ୟମାନେ ଗୃହ ଭିତରେ ହୋ ହାଲ୍ଲା କରିଥିଲେ। ବିଜେପି ସଦସ୍ୟମାନେ ଗୃହ ‘ନବୀନ-ନରସିଂହ ଏକ’ ଓ ‘ବିଜେଡ଼ି-କଂଗ୍ରେସ ଭାଇ ଭାଇ’ ସ୍ଲୋଗାନ ଦେଇଥିଲେ। କୃଷ୍ଣ ସଗରିଆ ଦେଇଥିବା ଚିଠିକୁ ଆଧାର କରି ବିଜେପି ବିଧାୟକ ରବି ନାୟକ, ପ୍ରଦୀପ ପୁରୋହିତ ଓ ରାଧାରାଣୀ ପଣ୍ଡା ପ୍ରମୁଖ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ନେଇ ନାରାବାଜି କରିଥିଲେ ।

ଅନ୍ୟପକ୍ଷରେ ବିଜେଡ଼ି ସଦସ୍ୟମାନେ ମଧ୍ୟ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ଦୁଇ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଶ୍ନ କାଳକୁ ବାତିଲ କରିଥିଲେ ଏବଂ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ସାଢ଼େ ୧୧ଟା ପୁଣି ବୈଠକ ଆରମ୍ଭ ହେବା ମାତ୍ରେ ଗୃହରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା। ତେଣୁ ବାଚସ୍ପତି ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply