ଘର ପରିଷ୍କାର ରଖିବାର ଉପାୟ

ସଂକ୍ରମଣଜନିତ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ, ଘରଦ୍ବାର ପରିଷ୍କାର ରଖିବା ଜରୁରୀ। ଏହା ସହ ଘରର ପ୍ରବେଶ ଦ୍ବାରରେ ସାନିଟାଇଜର୍ ରଖନ୍ତୁ। ଏହା ପରେ ସ୍ନାନାଗାରକୁ ଯାଇ ପୋଷାକ ପରିବର୍ତ୍ତନ କରି ଉଷୁମ ପାଣିରେ ଗୋଡ଼ ହାତ ପୋଛିନେବେ।

– ଘରର ସୁଇଚ୍ ବୋର୍ଡ, ଡାଇନିଂ ଟେବୁଲ୍, ବୈଠକଖାନାର ସୋଫା ଇତ୍ୟାଦିକୁ ପ୍ରତିଦିନ ସଫା କରିବା ଉଚିତ। ବଜାରରେ ମିଳୁଥିବା କ୍ଲିନିଙ୍ଗ୍ ଉପକରଣ ଜରିଆରେ ଏସବୁ ସ୍ଥାନ ପରିଷ୍କାର କରିହେବ।
– ଏହା ସହ ଘର ପ୍ରତି ୨ଦିନରେ ପୋଛନ୍ତୁ। ବାଲଟିଏ ପାଣିରେ ଲୁଣ ପକାଇ ଘରର ପ୍ରତ୍ୟେକ କକ୍ଷକୁ ଭଲରେ ପୋଛିନେବେ।
– ୱାଶ୍‌ବେସିନ୍‌‌ରେ ଜୀବାଣୁ ଅଧିକ ରହିଥାନ୍ତି। ନିୟମିତ ଏସବୁ ସ୍ଥାନକୁ ସଫା କରିବା ଜରୁରୀ।
– ଚାଦର, ବେଡ୍‌ସିଟ୍, ତକିଆ ଖୋଳ ପ୍ରତି ୩-୪ଦିନରେ ଥରେ ସଫା କରନ୍ତୁ। ଏହା ସହ ଏସବୁକୁ ଖରାରେ ଭଲରେ ଶୁଖାଇବା ଆବଶ୍ୟକ। ଏପରି କଲେ ସେଥିରେ ଥିବା ଜୀବାଣୁ ମରିଯାନ୍ତି।
– ଘର ଝାଡ଼ୁ କରିବା ସମୟରେ ଏବେ ମାସ୍କ ପରିଧାନ ଅଭ୍ୟାସ କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ନିୟମିତ ଭାବେ ୨-୩ଥର ୨୦ ଅନ୍ତତଃ ସେକେଣ୍ଡ ହାତ ଧୋଇବା ଉଚିତ।

Comments are closed.