ବାସ୍ତୁ ସମ୍ବନ୍ଧରେ କେତେକ ଜାଣିବା କଥା

0

ଗୃହର ନିର୍ମାଣ ଶୈଳୀ, ସ୍ଥିତି ଓ ଜମିର ଅବସ୍ଥିତି ଯୋଗୁଁ ବାସ୍ତୁ ଦୋଷ ସୃଷ୍ଟି ହୁଏ। ଯାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ ଓ ଶରୀର ଅସୁସ୍ଥ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଦୋଷର କାରଣ ଓ ନିରାକରଣ ସମ୍ପର୍କରେ –
ଘରର ନିକଟରେ ଗର୍ତ୍ତ ରହିଥିଲେ ଏହାକୁ ତୁରନ୍ତ ପୋତିବା ଉଚିତ। ନଚେତ ପରିବାରର ସଦସ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି।
ଦୁଆର ପାଖରେ କିମ୍ବା ସମ୍ମୁଖରେ କଣ୍ଟା ଗଛ ଥିଲେ ମଧ୍ୟ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ପରିବାର ସଦସ୍ୟମାନେ ସବୁବେଳେ ରୋଗାକ୍ରାନ୍ତ ହୋଇଥାନ୍ତି। ଜମିର ଚତୁଃପାଶ୍ୱର୍ରେ କିଛି ସ୍ଥାନ ଛାଡ଼ି ଘର ତିଆରି କରିବା ଉଚିତ। ଏହି ଖାଲି ସ୍ଥାନରେ ଗଛ ଲଗାଇଲେ, ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
ଛାତ ଉପରେ ଯେକୌଣସି ଗୋଟିଏ କୋଣରେ ଫୁଲ ଗଛ ଲଗାଇବା ଉଚିତ। ଏହା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ଗୃହର ଅଗଣାରେ ସର୍ବଦା ତୁଳସୀଗଛ ଲଗାଇବା ସହ ଏଥିରେ ନିୟମିତ ଜଳ ଅର୍ପଣ କରିବା ଦ୍ୱାରା ଗୃହର ସଦସ୍ୟଙ୍କ ଶରୀର ସୁସ୍ଥ ରହିଥାଏ।
ଘରର ମୁଖ୍ୟ କବାଟ ସମ୍ମୁୁଖରେ ହଳଦୀ ରଙ୍ଗର ପରଦା ଲଗାଇଲେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ।

Leave A Reply