ନ୍ୟୁୟର୍କରେ ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏକ ବିଳାଶପୂର୍ଣ୍ଣ ହୋଟେଲ କିଣିଛନ୍ତି । ନ୍ୟୁୟର୍କର ଆଇକନିକ୍ ବିଳାସପୂର୍ଣ୍ଣ ହୋଟେଲ ମାଣ୍ଡାରିନ୍ ଓରିଏଣ୍ଟାଲକୁ ୯.୮୧ ମିଲିୟନ୍ ଡଲାରରେ କିଣିଥିବା ଜଣାପଡ଼ିଛି । ଯାହାର ଦାମ୍‍ ପାଖାପାଖି ପ୍ରାୟ ୭୨୯ କୋଟି ଟଙ୍କା ହେବ । ଏହି ହୋଟେଲଟିର ନିର୍ମାଣ ୨୦୦୩ରେ ହୋଇଛି । ମାଣ୍ଡାରିନ୍ ଓରିଏଣ୍ଟାଲ୍ ହେଉଛି ନ୍ୟୁୟର୍କରେ ଥିବା ଏକ ୫ ତାରକା ବିଳାସପୂର୍ଣ୍ଣ ହୋଟେଲ । ଏଥିରେ ଗୋଟିଏ ରାତିର ମୂଲ୍ୟ ୭୪୫ ଡଲାରରୁ ୧୪,୦୦୦ ଡଲାର ମଧ୍ୟରେ ରହିଥାଏ । ଯାହାର ଭାରତୀୟ ଦାମ୍‍ ପ୍ରାୟ ୫୫,୦୦୦ ଟଙ୍କାରୁ ପ୍ରାୟ ୧୦.୪୦ ଲକ୍ଷ ଟଙ୍କା ହେବ । ତାହା ସହ ଏହି ହୋଟେଲରେ ବିଭିନ୍ନ ପ୍ରକାରର ଅତି ଉଚ୍ଚ କୋଟିର ବ୍ୟବସ୍ଥା ରହିଛି ।

ନ୍ୟୁୟର୍କର ଏହି ମାଣ୍ଡାରିନ୍ ଓରିଏଣ୍ଟାଲ୍ ଏକ ବିଶ୍ୱ ପ୍ରସିଦ୍ଧ ହୋଟେଲ । ଏହା ‘ଏଏଏ’ ପାଞ୍ଚ ଡାଇମଣ୍ଡ ହୋଟେଲ । ଫୋର୍ବସ୍ ପାଞ୍ଚ ଷ୍ଟାର ହୋଟେଲ ଏବଂ ଫୋର୍ବସ୍ ଫାଇଭ୍ ଷ୍ଟାର୍ ସ୍ପା ସହିତ ଅନେକ ପୁରସ୍କାର ଜିତିଛି । ରିଲାଏନ୍ସ ଫାଇଲ ଅନୁଯାୟୀ, ଏହାର ରାଜସ୍ୱ ୨୦୧୮ରେ ୧୧୫ ମିଲିୟନ ଡ଼ଲାର, ୨୦୧୯ରେ ୧୧୩ ମିଲିୟନ ଡ଼ଲାର ଏବଂ ୨୦୨୦ରେ ୧୫ ମିଲିୟନ ଡ଼ଲାର ଥିଲା । ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ମୁକେଶ ଅମ୍ବାନୀ ସଫଳତା ପାଇବା ପରେ ବର୍ତ୍ତମାନ ହୋଟେଲ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ପାଦ ରଖିଛନ୍ତି । ନ୍ୟୁୟର୍କର ହୋଟେଲ ମାଣ୍ଡାରିନ୍ ଓରିଏଣ୍ଟାଲ ବ୍ୟତିତ ଅମ୍ବାନୀ ଟେନର ପ୍ରସିଦ୍ଧ ତଥା ଆଇକନିକ୍ ଦେଶ କ୍ଲବ୍ ଷ୍ଟୋକ୍ ପାର୍କ ମଧ୍ୟ କିଣିଛନ୍ତି । ଏହାକୁ ଅମ୍ବାନୀ ୫୯୨ କୋଟି ଟଙ୍କାରେ କିଣିଥିବା ବେଳେ, ଏହା ୩୦୦ ଏକର ଜମିରେ ନିର୍ମିତ ହୋଇଛି ।

Comments are closed.