ବଢୁଛି ତାତି, ସାଧାରଣ ଜୀବନଯାତ୍ରା ବ୍ୟାହତ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଭାବେ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୪, ସମ୍ବଲପୁରରେ ୪୩.୯ ଏବଂ ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି। ଟିଟିଲାଗଡ଼ରେ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରହିଛି।

ସେହିପରି ସୋନପୁରରେ ତାପମାତ୍ରା ୪୩.୨, ହୀରାକୁଦରେ ୪୨.୩, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୫, ଫୁଲବାଣୀରେ ୪୧.୨, ଚାନ୍ଦବାଲିରେ ୪୧.୧, ସୁନ୍ଦରଗଡ଼ରେ ୪୧, ମାଲକାନଗିରିରରେ ୪୧, କେଉଁଝରଗଡ଼ରେ ୩୯.୩, ବାରିପଦାରେ ୩୯, ଭୁବନେଶ୍ୱରରେ ୩୭.୭, କଟକରେ ୩୭.୬, ବାଲେଶ୍ୱରରେ ୩୬.୮, କୋରାପୁଟରେ ୩୫, ଦାରିଙ୍ଗିବାଡ଼ିରେ ୩୫, ପୁରୀରେ ୩୪.୨ ଏବଂ ପାରାଦ୍ୱୀପରେ ୩୨.୭ ଡିଗ୍ରୀ ତାପମାତ୍ରା ରହିଥିବା ଭୁବନେଶ୍ୱର ପାଣିପାଗ ଆଞ୍ଚଳିକ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Comments are closed.