କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ତଦନ୍ତ ନି​ର୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ପାଇଁ ନି​ର୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ଏହାର ତଦନ୍ତ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିର୍ଦେଶ ଦେଇଛନ୍ତି।

କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ହୋଇଥିଲା। ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ ଉଦ୍ଧାର ବେଳେ ପିପିଇ କିଟ ପିନ୍ଧି ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

Comments are closed.