ଘୋଡ଼ା ଗଲା ୨୮ ଦିନିଆ ‘ହୋମ କ୍ବାରେନଣ୍ଟାଇନ୍’; ସରକାରୀ କ୍ବାରେନଣ୍ଟାଇନରେ ମାଲିକ

ନୂଆଦିଲ୍ଲୀ: ଓଡ଼ିଶାରେ ଗତକାଲି ବଜ୍ରକାପ୍ତାର କରୋନା ପରୀକ୍ଷା ହେବ ବୋଲି ଖବର ମିଳିଥିଲା । ମାତ୍ର ଆଜି ଜମ୍ମୁରେ ଗୋଟିଏ ଘୋଡ଼ା ଓ ଏହାର ମାଲିକଙ୍କୁ କ୍ବାରେନଣ୍ଟାଇନ କରାଯାଇଛି । ମାଲିକର ଘରେ ଘୋଡ଼ାଟି ସଙ୍ଗରୋଧରେ ରହିଛି ଆଉ ଏହାର ମାଲିକ ସରକାରୀ ସଙ୍ଗରୋଧକେନ୍ଦ୍ରରେ । ଯେ ପର୍ଯ୍ୟନ୍ତ ମାଲିକଙ୍କର କରୋନା ପରୀକ୍ଷା ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ଘୋଡ଼ା ଓ ତାର ମାଲିକ କ୍ବାରେନଣ୍ଟାଇନ ହୋଇ ରହିବେ ବୋଲି ପ୍ରଶାସନ ଘୋଷଣା କରିଛି ।

ଜମ୍ମୁର ଜଣେ ବରିଷ୍ଠ  ପ୍ରଶାସନିକ ଅଧିକାରୀଙ୍କ ସୂତ୍ରରୁ ସୂଚନା ଅନୁସାରେ ଘୋଡ଼ା ଓ ଏହାର ମାଲିକ କରୋନା ରେଡ଼୍ ଜୋନ୍ ଘୋଷିତ ସୋପିଆଁ ଅଞ୍ଚଳରୁ ଆସିଛନ୍ତି । ତେଣୁ ଉଭୟଙ୍କୁ ଅଲଗା ରଖାଯାଇଛି । ଘୋଡ଼ା ମାଲିକଙ୍କ ପରିବାରର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଘୋଡ଼ାକୁ ଅଲଗା ପଶୁଠାରୁ ମଧ୍ୟ ଅଲଗା ରଖାଯିବାକୁ କୁହାଯାଇଛି । ସେହିପରି ଯେଉଁ ରାସ୍ତା ଦେଇ ଘୋଡ଼ାକୁନେଇ ଏହାର ମାଲିକ ସୋପିଆଁ ରୁ  ରାଜୌରି ମୋଗଲ ରୋଡ଼ ପର୍ଯ୍ୟନ୍ତ ଆସିଛନ୍ତି ସେହି ରାସ୍ତାରେ ଦୁଇଦିନ ପର୍ଯ୍ୟନ୍ତ ଅନ୍ୟ ପଶୁଙ୍କ ଯାତାୟତ ବନ୍ଦ ରଖାଯାଇଛି ।

ସେହିପରି ଥାନାମଣ୍ଡି ତହସିଲଦାର ଅଞ୍ଜୁମ ବସିର ଖାନଙ୍କ ସୂଚନା ଅନୁସାରେ ଘୋଡ଼ାର ମାଲିକ ନିଜ ଘର ରାଜୌରୀରେ ପଶିବାକୁ ଉଦ୍ୟମ କରୁଥିବାବେଳ ପୁଲିସ ତାଙ୍କୁ ଅଯକାଇଛି । ସେ ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲାରୁଆସିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନ କରାଯାଇଛି ଓ ତାଙ୍କ ନମୁନା ସଂଗ୍ରହ କରାଯାଇଛି । ଘୋଡ଼ାର କରୋନା ପରୀକ୍ଷା କରାଯିବ କି ନାହିଁ ସେ ସମ୍ପର୍କରେ ପଶୁ ଚିକିତ୍ସକଙ୍କ ସହ ବିଚାରବିମର୍ଷ କରାଯାଉଛି । ଜମ୍ମୁର ରାଜୌରୀ କ୍ଷେତ୍ର ଏବେ ଗ୍ରୀନ୍ ଜୋନ ରହିଛି ଯେଉଁଠିକି ସୋପିଆଁ ଅଞ୍ଚଳ ରେଡ଼୍ ଜୋନ୍ ରହିଛି । ରେଡ଼୍ ଜୋନରୁ ଗ୍ରୀନ ଜୋନକୁ ଆସିବା ନିମନ୍ତେ ଅନୁମତିର ଆବଶ୍ୟକତା ରହିଛି । ଯଦିଓ ମଣିଷଠାରୁ ପୋଷା ଜୀବମାନଙ୍କୁ କରୋନା ସଂକ୍ରମଣ ନେଇ କୌଣସି ପ୍ରମାଣ ନାହିଁ ତଥାପି ସତର୍କତା ଦୃଷ୍ଟିରୁ ଘୋଡ଼ାକୁ ଅନ୍ୟ ପଶୁଙ୍କଠାରୁ ଅଲଗା ରଖାଯାଇଛି ଓ ତାର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ତାପମାତ୍ରା ଯାଞ୍ଚ କରାଯାଉଛି ।  ଘୋଡ଼ା ମାଲିକଙ୍କ ପରିବାରକୁ କୁହାଯାଇଛି ଯେ ଯେ ପର୍ଯ୍ୟନ୍ତ ଏହାର ମାଲିକଙ୍କ ରିପୋର୍ଟ ନେଗେଟିଭ୍ ନ ଆସିଛି ସେ ପର୍ଯ୍ୟନ୍ତ ଘୋଡ଼ାକୁ ଅନ୍ୟମାନଙ୍କଠାରୁ ଦୂରରେ ରଖାଯାଉ ।

ଅନ୍ୟପକ୍ଷରେ ପଶୁସମ୍ପଦ ବିଭାଗ ଅଧିକାରୀ ଇମତିଆଜ ଅଞ୍ଜୁମ କହିଛନ୍ତି ଯେ ଲୋକମାନଙ୍କର ଭୟ ହେଉଛି କାଳେ ମଣିଷଠାରୁ ଘୋଡ଼ା ବାଟ ଦେଇ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହୋଇପାରେ । ମାତ୍ର ଘୋଡ଼ାଠାରେ ସେପରି କିଛି ଲକ୍ଷଣ ନାହିଁ । ତଥାପି ପ୍ରଶାସନ ନିର୍ଦେଶ ଅନୁସାରେ ତାକୁ ୨୮ ଦିନ ପାଇଁ ହୋମ୍ କ୍ବାରେନଣ୍ଟାଇନରେ ରଖାଯାଇଛି ।

Comments are closed.