ମଙ୍ଗଳବାର ରାଶିଫଳ (୨୩/୦୩/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By ସମାଜ ଡେସ୍କ Last updated Mar 23, 2021 Share ମେଷ: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖଭୋଗ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଜନସାଧାରଣଙ୍କର ଆସ୍ଥା ଭାଜନ ହେବେ। ଆର୍ଥକ ସ୍ଥିତିରେ ଉନ୍ନତି ଘଟିବ। ବୃଷ: ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବା ଆଶାକରାଯାଏ। ମନ ଚଞ୍ଚଳ ରହିବ। ଆତ୍ମ ସନ୍ତୋଷ ମିଳିପାରେ। ଅତି ସୁଖୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ମିଥୁନ: ଧନବାନ୍ ହେବେ। ଅପାର ଗୁଣର ଆଧାର ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରି ପ୍ରଶଂସାର ପାତ୍ର ହେବେ। ସୁସ୍ୱାଦୁ ଭୋଜନ ମିଳିବ। କର୍କଟ: ଧର୍ମୀୟ ଭାବନା ମନରେ ରହିବ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ଭାଷା ମଧୁର ହେବ। ଜଟିଳ କାର୍ଯ୍ୟକୁ ସରଳୀକରଣ କରିବାରେ ସଫଳ ହେବେ। ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି। ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କର୍ମଚଞ୍ଚଳ ରହିବେ। ଜନତାଙ୍କ ପ୍ରିୟ ପାତ୍ର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। କରିତ୍କର୍ମା ହେବେ। କନ୍ୟା: ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ। କୀର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁକିଛି ମିିଳିବ। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ବାଣିଜ୍ୟ କାରବାର ଫଳଦାୟକ ହେବ। ସମ୍ମାନିତ ହେବେ। Related Posts କୋଭିଡ ଚିକିତ୍ସା ଓ ନିରାକରଣ ସଂକ୍ରାନ୍ତରେ… Apr 20, 2021 ଆତ୍ମନିର୍ଭର ‘ପବନ’ : ଦାଦନରୁ ଅଗ୍ରଣୀ ଚାଷୀ Apr 20, 2021 ତୁଳା: ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ମହିଳାମାନଙ୍କର ଉପକାରୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ ଓ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗାମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ବିଛା: ଧନ ସଞ୍ଚୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଆସିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶାସ୍ତ୍ରାନୁରକ୍ତ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସତର୍କତାର ସହ କାର୍ଯ୍ୟ କରିବେ। ଧନୁ: ମନୋରମା ପତ୍ନୀଙ୍କ ପରାମର୍ଶ ପ୍ରେରଣାଦାୟକ ହେବ। କର୍ମକ୍ଷେତ୍ରକୁ ଶୃଙ୍ଖଳିତ ଓ ଲୋକାଭିମୁଖୀ କରିବାରେ ପାରଙ୍ଗମ ହେବେ। ସହଯୋଗୀଙ୍କ ସହଯୋଗରେ କାର୍ଯ୍ୟକ୍ଷେତ୍ର ଅଧିକ ଉଜ୍ଜ୍ୱଳମୟ ହୋଇପାରେ। କୀର୍ତ୍ତିମାନ୍ ହେବେ। ମକର: କୌଶଳୀ ହେବେ। ଶତ୍ରୁମାନଙ୍କ ଗତିପଥକୁ ଅବରୋଧ କରିପାରନ୍ତି। ପରାକ୍ରମଶାଳୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ସତ୍ସଙ୍ଗୀ ହେବେ। ପ୍ରବାସୀ ହୋଇପାରନ୍ତି। ଭାଗ୍ୟବାନ୍ ହେବେ। ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ସୂତ୍ର ପାଇ ପାରନ୍ତି। କୁମ୍ଭ: ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବେ। ବିଦ୍ୱାନ୍ ବ୍ୟକ୍ତିଭାବେ ସାମାଜିକ ଆଦର ମିଳିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। କର୍ମ କୁଶଳତା ଓ ନିର୍ଭୀକତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ଜୀବନ, ଜୀବିକାର ସ୍ଥିରତା ଆସିବ। ମୀନ: ଦେବ ବ୍ରାହ୍ମଣ ଭକ୍ତ ହେବେ। ପତ୍ନୀଙ୍କ ସହାୟତା ପାଇ ଗତିପଥକୁ କଣ୍ଟକମୁକ୍ତ କରିପାରନ୍ତି। ଶାସ୍ତ୍ର ପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ଉପଯୁକ୍ତ ମୂଲ୍ୟ ମିଳିବ। Horscope 23rd march 2021odia news Share FacebookTwitterWhatsApp