ସୋମବାର ରାଶିଫଳ (୧୨/୦୪/୨୦୨୧)

ମେଷ: ଧର୍ମ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାରେ ପଶ୍ଚାତ୍ପଦ ହେବେ ନାହିଁ। କର୍ମଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚରିତ୍ରବାନ୍ ଓ ଗୁରୁଭକ୍ତ ହୋଇପାରନ୍ତି।
ବୃଷ: ଦୃଢ଼ ନିଶ୍ଚୟୀ ହେବେ। ସମୃଦ୍ଧ ଓ ଆଡମ୍ବର ପ୍ରିୟ ହେବେ। ଉଚ୍ଚାଭିଳାଷୀ ଓ ଚତୁର ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ।
ମିଥୁନ: କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି ଆତ୍ମ ବିଶ୍ୱାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାବଧାନ ହେବେ।
କର୍କଟ: ଐଶ୍ୱର୍ଯ୍ୟଶାଳୀ ହେବେ। ଭୂ ସମ୍ପତ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲାଭ ପାଇଁ ଯତ୍ନବାନ ହେବେ। ଧନପାଇଁ କଷ୍ଟ ସହିବ।
ସିଂହ: କୃଷିରୁ ଧନଲାଭ ହୋଇପାରେ। ଯୁକ୍ତିରେ ସମସ୍ତଙ୍କୁ ପରାସ୍ତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାଗଣାରେ ଓ ବିନା ପରିଶ୍ରମରେ ଧନ ପାଇବାକୁ ଇଚ୍ଛା କରିବେ। ଯାନବାହନ ଚଳ ଚଞ୍ଚଳରେ ସତର୍କ ରହିବେ।
କନ୍ୟା: ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଉନ୍ନତି ଓ ସମ୍ମାନ ପ୍ରାପ୍ତି ପାଇଁ ବହୁଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ।
Related Posts
Comments are closed.