www.samajalive.in
Monday, December 15, 2025
16.1 C
Bhubaneswar

ଶନିବାର ରାଶିଫଳ(୦୯/୦୧/୨୦୨୧)

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ ପ୍ରିୟ ଲୋକ କରଛଡ଼ା ଦେଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ବନ୍ଧୁ ସହଯୋଗ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ମନୋରମା କନ୍ୟା ସହ ସ୍ଥିର ହୋଇପାରେ। ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିପାରନ୍ତି।

ମିଥୁନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କର ପ୍ରିୟଭାଜନ ହେବେ। ଶତ୍ରୁ ବୃଦ୍ଧି ହେଲେ ବି ତା’ର ମୁକାବିଲା କରିପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସତର୍କତାର ସହ ଚଳିବାକୁ ପଡ଼ିବ।

କର୍କଟ: ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ଚିତ୍ତ ସନ୍ତୁଷ୍ଟ ରହିବ। ନିଧି ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖର ଅଧିକାରୀ ହେବେ। ସନ୍ତାନ, ସନ୍ତତି ଲାଭ ହୋଇପାରେ। ପରୋପକାରୀ ହୋଇପାରନ୍ତି।

ସିଂହ: କୃଷି ଖେତରୁ ଭଲ ଆୟ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମାନର ହେବ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। କୁଳ ପ୍ରଧାନ ହେବେ। ବିନୀତ ସ୍ବଭାବର ହେବେ।

କନ୍ୟା: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଧିକ ବିଦ୍ୟା ଅର୍ଜନ ପାଇଁ ତତ୍ପରତା ପ୍ରକାଶ ପାଇବ। ଦୃଢ଼ପୌରଷର ଅଧିକାରୀ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ।

ତୁଳା: ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ସମାଜରେ ଆଦର ଲାଭ କରିବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ, ହୃଷ୍ଟ ଚିତ୍ତ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ। ମନ ସର୍ବଦା ପ୍ରଫୁଲ୍ଲ ରହିବ।

ବିଛା: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିନୟୀ ସ୍ବଭାବର ହେବେ। ବର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଯଦି ବୃଦ୍ଧ ବ୍ୟକ୍ତି ହୋଇ ଥା’ନ୍ତି ତେବେ ଧନହୀନ ହୋଇପାରନ୍ତି। ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାନ୍‌ ହେବେ।

ମକର: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଜନିତ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗ ବିଳାସ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। କରିତ୍‌କର୍ମା ହେବେ। ସରକାରୀ ଅର୍ଥ ମଳିବ।

କୁମ୍ଭ: ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମମାନର ହେବ। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜପୂଜା ମିଳିବ।

ମୀନ: ଧନବାନ୍‌ ହୋଇପାରନ୍ତି। ମହିଳାମାନଙ୍କ ସାହାଯ୍ୟକାରୀ ହେବେ। ସର୍ବଦା ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତ ରହିବେ। ନିଜର ମହାନତା ପ୍ରତି ପାଦନ କରିପାରନ୍ତି। ପତ୍ନୀ ସାହାଯ୍ୟକାରିଣୀ ହେବେ। ସନ୍‌ମାର୍ଗୀ ହେବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories