ବୁଧବାର ରାଶିଫଳ ୨୦.୦୪.୨୦୨୨

ମେଷ: ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ଶୂନ୍ୟତା ଭିତରେ ପୂର୍ଣ୍ଣତା ଥାଏ। ସତର୍କତାର ଦିନ।
ବୃଷ: ସେବା, କାର୍ପଣ୍ୟ ଓ ଭକ୍ତି ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପତ୍ନୀଙ୍କ ଅଭିଳାଷ ପୂରଣ କରିବାରେ ସକ୍ଷମ ହେବେ।
ମିଥୁନ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ କରାୟତ୍ତ କରିବାରେ ପାରଙ୍ଗମ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
କର୍କଟ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଆଜ୍ଞାକାରିଣୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ସିଂହ: ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। କୃଷକ ସମାଜର ଆଦର୍ଶ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
କନ୍ୟା: ଈଶ୍ବର ବିଶ୍ବାସରେ ନିଜେ ଶକ୍ତିସମ୍ପନ୍ନ ହେବେ। ମଧୁରଭାଷା ଓ ବ୍ୟବହାର ଆପଣଙ୍କୁ ଉଚ୍ଚାସନ ଦେଇପାରେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହୀ, ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍‌ ହେବେ।
ତୁଳା: ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ।
ବିଛା: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଥଣ୍ଡାଜନିତ ସାମାନ୍ୟ କ୍ଲେଶ ଅଛି।
ଧନୁ: ପ୍ରକାଶିତ ଉତ୍ତର ଅନୁଭୂତି ଜ୍ଞାନକୁ ପାଥେୟ କରି କର୍ମକ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ମୌନ ରହି ସାଧନାର ଶାଶ୍ବତ ସୁଖ ଅନୁଭବ କରିବେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
ମକର: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଚେତନାର ଉଳ ପ୍ରଦୀପ ହେବେ।
କୁମ୍ଭ: ଦୟାଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସରଳ ଜୀବନ-ଯାପନ କରିବେ। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। କୁଳ ପ୍ରଦୀପ ହେବେ। ଈପ୍‌ସିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମୀନ: ଭାଗ୍ୟବଳରେ ବଳୀୟାନ ହେବେ। ବିଳାସ ବ୍ୟସନର ଦିନଟି ଆଜି। ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପତ୍ନୀ ଶୋଭାମୟୀ, ସୁଶୀଳା ଓ ଆଦର୍ଶ ଗୃହିଣୀ ହେବେ।

Comments are closed.