ଶନିବାର ରାଶିଫଳ ୦୨.୦୭.୨୦୨୨

ମେଷ: ଚିନ୍ତାଶୀଳ ବ୍ୟକ୍ତି ହେତୁ ଲୋକେ ଆପଣଙ୍କ ପରାମର୍ଶ ଗ୍ରହଣ କରିବେ। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ।
ବୃଷ: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ଦେବ ଦର୍ଶନ କରି ପରମ ଶାନ୍ତି ଲାଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।
ମିଥୁନ: ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି। କର୍ମ ତତ୍ପରତା ପ୍ରକାଶ ପାଇବ। ଭାଗ୍ୟୋନ୍ନତିର ଦିନଟି ଆଜି। ଉତ୍ସର୍ଗୀକୃତ ମନୋଭାବ ନେଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବେ।
କର୍କଟ: ଚେଷ୍ଟା ଫଳବତୀ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧନାଗମର ଧାରା ଅବ୍ୟାହତ ରହିବ। ଏପରିକି ସରକାରୀ ଓ ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ଆହାର ସ୍ବାସ୍ଥ୍ୟପ୍ରଦ ହେବ।
ସିଂହ: ଏକାନ୍ତରେ ମୌନ ରହି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମକାର୍ଯ୍ୟରେ ବ୍ୟୟ ବୃଦ୍ଧି ହେବ।
କନ୍ୟା: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଘାତବାର ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ଅର୍ଥ ଉପାର୍ଜନ କରି ସଞ୍ଚୟାଭିମୁଖୀ ହୋଇପାରନ୍ତି। ଜ୍ଞାନଦୀପ୍ତ ହୋଇପାରନ୍ତି।
ବିଛା: ପ୍ରବଳ ପରିଶ୍ରମ ଓ ଉଦ୍ୟମ ଚଳାଇ କ୍ଷମତା ପ୍ରାପ୍ତ ହୋଇପାରନ୍ତି। କାର୍ଯ୍ୟର ସୁପରିଚାଳନା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ଧନୁ: ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଶାରୀରିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରିବେ।
ମକର: ସତ୍‌ସଙ୍ଗୀ ହେବାକୁ ଉଦ୍ୟମ ଚଳାଇପାରନ୍ତି। ସମ୍ମାନିତ ହେବେ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ଆପଣଙ୍କ ପାଇଁ ସୁଖଦାୟକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କୁମ୍ଭ: ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ବିଭିନ୍ନ ସ୍ତରରୁ ସମର୍ଥନ ପାଇ କର୍ମତତ୍ପର ରହିବେ। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ଦାନାଦି ଧର୍ମକାର୍ଯ୍ୟରେ ମନୋଭାବ ଆତୁର ହେବ।
ମୀନ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସ୍ତରରୁ ଅହେତୁକ ଧନଲାଭର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। ଧର୍ମ ଆଚରଣକାରୀ ହେବେ।

Comments are closed.