ସୋମବାର ରାଶିଫଳ ୦୪.୦୭.୨୦୨୨

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି।
ବୃଷ: ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହେବ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସୌଭାଗ୍ୟସମ୍ପନ୍ନ ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ସରକାରୀ ସହାୟତା ମିଳିପାରେ। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ରହିବ। ସୁସ୍ଥ ରହିବେ।
କର୍କଟ: ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ନୃତ୍ୟସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ସତ୍ୟ ପ୍ରତିଜ୍ଞ ହେବେ।
ସିଂହ: ଅର୍ଥାଗମ ହେବ। ସାଂସାରିକ ସୁଖ ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସୁସ୍ଥ ଓ ନିରାମୟ ରହିବେ। ଈଶ୍ବରୀୟ ଉପାସନାରୁ ଶକ୍ତି ସମ୍ପନ୍ନ ହେବ। ସମ୍ବର୍ଦ୍ଧିତ ହେବେ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ।
କନ୍ୟା: ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତରେ ସାଧନ ଫଳପ୍ରସୂ ହେବ। ଜ୍ଞାନ-ଗରିମାଯୁକ୍ତ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ତୁଳା: ଜ୍ଞାନ-ବିଜ୍ଞାନଯୁକ୍ତ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସଦାଚାରୀ ହେବେ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ।
ବିଛା: ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ ଓ ସଞ୍ଚୟାଭିମୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ।
ଧନୁ: ଅତୁଳିତ କ୍ଷମତାର ଅଧିକାରୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ମକର: ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଜନସାଧାରଣଙ୍କ ସମର୍ଥନ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ: ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସେବା କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଆହାର ସ୍ବାସ୍ଥ୍ୟପ୍ରଦ ହେବ।
ମୀନ: ଯୋଜନାବଦ୍ଧ ଭାବେ ଶତ୍ରୁକୁ ପରାହତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ। ସ୍ବାଭିମାନୀ ଓ ପ୍ରୟାସୀ ହୋଇପାରନ୍ତି।

Comments are closed.