ଶୁକ୍ରବାର ରାଶିଫଳ ୦୧.୦୭.୨୦୨୨

ମେଷ: ଉଦାର ଚରିତଯୁକ୍ତ ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେୟ ମଣିବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଜଣେ ଆଦର୍ଶ କୃଷକଭାବେ ଚାଷୀଙ୍କୁ ଦିଗ୍‌ଦର୍ଶନ ଦେବେ।
ବୃଷ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ସର୍ବତ୍ର ବିଜୟୀ ହେବେ।
ମିଥୁନ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ, ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।
କର୍କଟ: ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନ-ସମ୍ପଦ ଭରପୂର ରହିବ। ରଣାଙ୍ଗନରେ ବୀରତ୍ବ ପ୍ରଦର୍ଶନ କରିବେ। ସୁଷମ ଖାଦ୍ୟ ସ୍ବାସ୍ଥ୍ୟପ୍ରଦ ହେବ।
ସିଂହ: କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତବାସକୁ ଇଚ୍ଛା କରିବେ। ମଧୁର କଥାରେ ଶତ୍ରୁକୁ ବଶ କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବହୁ ବିଦ୍ୟାରେ ଜ୍ଞାନୀ ଓ ସମାଜରେ ଯଶ ଅର୍ଜନ କରିପାରନ୍ତି।
ତୁଳା: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସୁଖୀ ଓ ଯଶସ୍ବୀ ହେବେ। ନିଜ ପରିବାର ଉପରେ ସ୍ନେହସଦ୍ଦିଚ୍ଛା ଭାବ ରହିବ।
ବିଛା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପ୍ରବଳ ଉଦ୍ୟୋଗୀ ହେବେ। ପାରିବାରିକ ସୁଖ ମିଳିବ।
ଧନୁ: ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ବିଘ୍ନ ଘଟାଇବାକୁ ଉଦ୍ୟମ କରିଥିବା ବ୍ୟକ୍ତି ବିଫଳ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କରେ ଚଳିବେ।
ମକର: ବ୍ୟବସାୟ ଲାଭଜନକ ହେବ। ସମାଜସେବା କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ।
କୁମ୍ଭ: ଅନାବଶ୍ୟକ ଖର୍ଚ୍ଚରୁ ଓହରି ମିତବ୍ୟୟୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଅତୁଳିତ ବଳବାନ୍‌ ହୋଇ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ମୀନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।

Comments are closed.