ସୋମବାର ରାଶିଫଳ (୦୯/୧୧/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated Nov 9, 2020 Share ମେଷ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ସହିତ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁ ସୁଖ ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ଯାନବାହନ ସୁଖ ମିଳିପାରେ। ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ସାଧନା ଫଳବତୀ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି। ସମ୍ମାନିତ ହେବେ। ମନ ଫୂର୍ତ୍ତି ରହିବ। ସର୍ବତ୍ର ବିଜୟୀ ହେବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ମିଥୁନ: ଶ୍ରମର ମୂଲ୍ୟାଙ୍କନ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦିନସାରା ହସ ଖୁସି ଲାଗି ରହିବ। ସ୍ନେହ ଶ୍ରଦ୍ଧା ଲାଭ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଉତ୍ସର୍ଗୀକୃତ ଜୀବନଯାପନ କରିବେ। ବିବିଧ ଧନଯୁକ୍ତ ହେବେ। କର୍କଟ: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଧନବାନ୍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନ ଅଧିକ ହୋଇପାରେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍କର୍ମା ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ସିଂହ: ନୂତନ ଯୋଜନାର ଶୁଭାଶୁଭମ୍ଭ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ମନଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ମହିଳାଗୋଷ୍ଠୀଙ୍କୁ ସହାୟତା ଦେଇ ପ୍ରଶଂସାର ପାତ୍ର ହେବେ। କନ୍ୟା: ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ସ୍ୱ ଅର୍ଜିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। Related Posts ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ୫ରେ ସାଇକେଲ… Mar 4, 2021 ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ସିବିଆଇ… Mar 4, 2021 ତୁଳା: ଭଲ ଆୟର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଉପକାରୀ ନିକଟରେ କୃତଜ୍ଞ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ମିଳିବ। ସରକାରଙ୍କ କୃପାର ପାତ୍ର ହୋଇପାରନ୍ତି। ବିଛା: ମାନ ସମ୍ମାନ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ଅଛି। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ମହତ ହେବ। ଗୁରୁକୃପା ଲାଭ କରିବେ। ଧନୁ: ଶାରୀରିକ ସୁରକ୍ଷା ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି। ପରର ମଙ୍ଗଳ କାମନା ଆପଣଙ୍କର ଧେୟ ହେବ। ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ହେବେ। ଜନପ୍ରିୟ ହୋଇପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। ମକର: ବ୍ୟବସାୟ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଯଶସ୍ୱୀ ହେବେ। ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରି ଉତ୍ଥାନ ଦେଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ସେବା ମନୋଭାବର ହେବେ। କୁମ୍ଭ: ବନ୍ଧୁ ମିଳନ ଘଟିପାରେ। ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ। ସନ୍ମାର୍ଗୀ ହେବେ। ନୀତିନିଷ୍ଠ ହୋଇପାରନ୍ତି। ନିରଳସ ଜୀବନଯାପନ କରି ପ୍ରଶଂସାର ପାତ୍ର ହେବେ। ମୀନ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଶରୀର ସୁସ୍ଥ ରହିବ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଜ୍ଞାନ ଗରିମାଯୁକ୍ତ ହେବେ। ସର୍ବ ଜନାନୁରକ୍ତ ହୋଇପାରନ୍ତି। Horoscope 9th Nov.2020odia newsodisha news Share FacebookTwitterWhatsApp