ଶୁକ୍ରବାର ରାଶିଫଳ (୦୯/୦୭/୨୦୨୧)

ମେଷ : ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସ୍ତରରେ ସ୍ବ-ଅର୍ଜିତ ସୁକର୍ମ ପାଇଁ ସମ୍ମାନିତ ହେବେ। ଲୋକମାନଙ୍କର ପ୍ରିୟପାତ୍ର ହେବେ। ଲେଖାପଢ଼ାରେ କୀର୍ତ୍ତିମାନ୍‌ ହେବେ। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ।

ବୃଷ : ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ଲୋଭୀ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବା ଆଶା କରାଯାଏ। ଉତ୍ତମ ରମଣୀଯୁକ୍ତ ଓ ଯଶସ୍ବୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। କୃର୍ତ୍ତିକା, ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଲୋଭୀ ହୋଇପାରନ୍ତି।

ମିଥୁନ : ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ନିଜର ସୁକର୍ମ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ପରାମର୍ଶଦାତା ହେବେ। ସୁକୃତ ସମ୍ପନ୍ନ ହୋଇ ପାରନ୍ତି। ଶାସ୍ତ୍ରଜ୍ଞ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ ମିଳିବ।

କର୍କଟ : ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ଭୋଗ ବିଳାସ କରିପାରନ୍ତି। ଧନଲାଭକାରୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ଗୁଣବାନ୍‌ ଓ ବହୁବିଧ ପାରଙ୍ଗମ ହେବେ। ପୁନର୍ବସୁର ସାମାନ୍ୟ ଶୁଭଫଳ ମିଳିବ।

ସିଂହ : ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ସଦା ସମୃଦ୍ଧ ରହିବେ। ନିଧିପ୍ରାପ୍ତର ସୂଚନା ମିଳୁଛି। ଦେବାଶ୍ରିତ ହୋଇପାରନ୍ତି। ବହୁ ବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ମଘା ଓ ଉତ୍ତର ଫାଲ୍‌ଗୁନୀର ସାମାନ୍ୟ ଶୁଭ।

କନ୍ୟା : ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ବିଜ୍ଞବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଉତ୍ତରା ଫାଲ୍‌ଗୁନୀ, ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।

ତୁଳା : ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ଜଣେ ବିଜୟୀ ମହାପୁରୁଷ ଭାବେ ଲୋକ ପୂଜା ହେବାର ସୌଭାଗ୍ୟ ଅଛି। ପ୍ରବଳ ପ୍ରତାପୀ ହେବେ। ସନ୍‌ମାର୍ଗୀ ହୋଇପାରନ୍ତି। ବିଶାଖା ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିର ସାମାନ୍ୟ ସୌଭାଗ୍ୟ ଅଛି।

ବିଛା : ଅନୁରାଧା ଓ କୋଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ରାଜପୂଜିତ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବେ। ଆଶା କରାଯାଏ ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହୋଇପାରନ୍ତି। ବିଶାଖା ନକ୍ଷତ୍ରର ଧନକ୍ଷୟ ହେବ।

ଧନୁ : ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସୁଖସନ୍ତୋଷ ମିଳିବ। ଶତ୍ରୁ ବିଜୟୀ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ନୀତିନିଷ୍ଠ ହେବେ। କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି। ମୂଳା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ।

ମକର : ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବନ୍ଧୁମିଳନ ଘଟିବ। ହର୍ଷାନ୍ବିତ ହେବେ। ଭାଷା ଓ ବ୍ୟବହାର ଶୁଦ୍ଧପୁତ ହେବେ। ଧନଶାଳୀ ହୋଇପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଶୁଭ ଫଳ ମଳିବ।

କୁମ୍ଭ : ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସନ୍‌ମାର୍ଗୀ ହେବେ। ଅନ୍ୟାୟ ବିରୋଧରେ ଉଚିତ୍‌ ପଦକ୍ଷେପ ନେଇପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ଧନିଷ୍ଠା ଓ ପୂର୍ବାଭାଦ୍ରର ସାମାନ୍ୟ ଶୁଭଫଳ।

ମୀନ :  ଉତ୍ତରଭାଦ୍ର ପଦ ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ପ୍ରଭୃତ ବିତ୍ତର ଅଧିକାରୀ ହୋଇପାରନ୍ତି। ସାହସୀ ହୋଇପାରନ୍ତି। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟକରିପାରନ୍ତି। ପୂର୍ବଭାଦ୍ର ପଦର ସାମାନ୍ୟ ଶୁଭଫଳ ମିଳିବ।

Comments are closed.