ମଙ୍ଗଳବାର ରାଶିଫଳ(୦୯/୦୮/୨୦୨୨)

ମେଷ : ନୀରୋଗ ଓ ସୁଦୃଶ୍ୟ ଶରୀରଯୁକ୍ତ ହୋଇପାରନ୍ତି। ସୌଭାଗ୍ୟଶାଳୀ ଓ ଧର୍ମଧ୍ବଜାଧାରୀ ହେବେ। ଅତୁଳ ଧନସମ୍ପଦ ଲାଭର ସୂଚନା ମିଳୁଛି। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ଉଦ୍ୟୋଗୀ ହେବେ।

ବୃଷ : ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ବିପଦଗ୍ରସ୍ତ ହେବାର ସୂଚନା ମିଳୁଛି। ଅସୁସ୍ଥ ରହି ମଧ୍ୟ କର୍ମତତ୍ପର ହେବେ। କ୍ଷୁଦ୍ର ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଗର୍ବଭାବକୁ ବିସର୍ଜିତ ବା ସମର୍ପିତ କରିବେ।

ମିଥୁନ : ଶୁଦ୍ଧପୂତ ଓ ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ସାମିଲ ହୋଇପାରନ୍ତି। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

କର୍କଟ : ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରି ଶତ୍ରୁ ଆପଣାଛାଏଁ ଅପସରି ଯିବ। ଚାକିରି କ୍ଷେତ୍ରରେ ବିବେକାନୁମୋଦିତ କାର୍ଯ୍ୟ କଲେ ବି, ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହେବେ। ଭାଇମାନଙ୍କ ଉପରେ ଶ୍ରଦ୍ଧାଭାବ ରହିବ।

ସିଂହ : ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। କର୍ମଚଞ୍ଚଳ ରହିବେ। ଅର୍ଥାଗମ ପର୍ଯ୍ୟାପ୍ତ ହୋଇପାରେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ହଠାତ୍‌ କିଛି ଧନ ମିଳିବ।

କନ୍ୟା : ଦିବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରାଇ ପାରେ। ଆପଣଙ୍କ ଉଦାରତା ଓ ସର୍ବଂସହା ଭାବ ଲୋକପ୍ରିୟତା ଅକ୍ଷୁଣ୍ଣ ରହିବ। କୃଷକଙ୍କ ପ୍ରେରଣାର ଉତ୍ସ ହୋଇପାରନ୍ତି। ଦାନଧର୍ମ କରିପାରନ୍ତି।

 ତୁଳା : ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିପାରନ୍ତି। ଉପୁଜିଥିବା ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ ବୋଲି ଧରି ନିଆଯିବ। ଶାନ୍ତିର ଜୀବନ୍ତ ପ୍ରତିମୂର୍ତ୍ତି ନାରୀଜାତିକୁ ଯଥାର୍ଥ ମର୍ଯ୍ୟାଦା ଦେବେ।

ବିଛା : ସଫଳତା ପାଇବା ପାଇଁ ସାହସ, ଧୈର୍ଯ୍ୟ, ତିତିକ୍ଷା, ସତର୍କତା ନିରୋଗତା ଓ ସଂଗଠନ ଶକ୍ତିଭଳି ଗୁଣ ଆପଣଙ୍କର ଅଛି। ବନ୍ଧୁ ସହାୟତା ମିଳିବ। ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନ ଲାଭ କରିପାରନ୍ତି।

ଧନୁ : ଯତ୍ନ, ଅଧ୍ୟବସାୟ, ଉଦ୍ୟମ ଓ ଆଇନର ସହାୟତା ପାଇଁ ମାଲିମୋକଦ୍ଦମାରେ ବିଜୟୀ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେଉଛି। ପ୍ରୀତିଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ମକର : ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। କର୍ମଚଞ୍ଚଳ ରହିବେ। ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରିବ। ଭାଷା ମଧୁର ହେଲେ ବି ବ୍ୟୟ ଅତ୍ୟଧିକ ହେବ।

କୁମ୍ଭ :  ଜ୍ଞାନ ପିପାସୁ ହେବେ। ସମର୍ପିତ ଜୀବନଯାପନ କରିବେ। ଶ୍ରଦ୍ଧାଭାବରେ ସପରିବାର ବନ୍ଧୁ ଓ ଆତ୍ମୀୟସ୍ବଜନଙ୍କ ସହ ମିଳିତ ହୋଇପାରନ୍ତି। ବିଭାଗୀୟ ଅନୁଦାନ ମିଳିପାରେ। ସ୍ଥିତପ୍ରଜ୍ଞ ହେବେ।

ମୀନ : ଜ୍ଞାନ ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ମନ ପ୍ରସନ୍ନ ରହିବ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ।

Comments are closed.